ପ୍ରହରାଜପୁର ନମାଜପଡିଆ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ,ଦଣ୍ଡିଲୋ ଚମ୍ପିୟାନ 

କଟକ ସଦର ,୧୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପ୍ରହରାଜପୁର ନମାଜପଡିଆ କ୍ରିକେଟ୍ କ୍ଲବ୍ ପକ୍ଷରୁ ତୃତୀୟ ବାର୍ଷିକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଶନିବାର ରାତିରେ ଆରମ୍ଭ ହୋଇ ଆଜି ରବିବାର ସକାଳେ ଉଦଯାପିତ ହୋଇଛି।

ଏଥିରେ ଆଠ ଗୋଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ରଘୁନାଥପୁର ଡିଜିଟାଲ ବିଟ୍ ୧୧ କୁ ହରାଇ ଦଣ୍ଡିଲୋ କ୍ରିକେଟ ଟିମ୍ ଚମ୍ପିୟାନ ହୋଇଥିବା ଜଣାପଡିଛି। ମ୍ୟାଚ୍ ଉଦଘାଟନ ପୂର୍ବରୁ ଯୁଦ୍ଧରେ ସହିଦ୍ ହୋଇଥିବା ବୀର ଜବାନ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।

ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ସେବା ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ସ୍ଥାନୀୟ ସରପଂଚ ଅବଦୁଲ  ୱ।ହିଦ ଖାଁ (ମୋତି), ସମିତି ସଭ୍ୟ ଲିୟାକତ ଅଲ୍ଲୀ ଖାଁ (ଲାକୋ) ପ୍ରମୁଖ ଯୋଗ ଦେଇଥିବାବେଳେ ଉଦଯାପନ ରେ ସରପଂଚ ମୋତି ଯୋଗ ଦେଇ ବିଜେତା ଓ ଉପ ଵିଜେତା ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ।

ପରିଚାଳନା ରେ ନାୱଦ୍ ଆରଜୁ,ଜାହିଦ ଖାନ୍,ଇଫତେଖାର ଉଲ୍ ଅଞ୍ଜୁମ୍,ହିପନୁର ରହେମାନ, ମହମ୍ମଦ ଅରସାଦ୍ ଅଞ୍ଜୁମ୍, ମହମ୍ମଦ ଅରଵାଵ୍,ଅନିଶ ମହମ୍ମଦ ଙ୍କ ସମେତ କ୍ଲଵର ସମସ୍ତ ସଦସ୍ୟ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *