କେନ୍ଦ୍ରାପଡ଼ା,୦୫/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରଗ୍ରାମରେ ସିଂହବାହିନୀ ମା’ଶାରଳା ଦେବୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଚଣ୍ଡିଯଜ୍ଞ ମା’ଶାରଳାଦେବୀ ମନ୍ଦିର ପରିଷଦ ପକ୍ଷରୁ ୪ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବୁଧବାର ପବିତ୍ର ଅକ୍ଷୟତୃତୀୟା ଅବସରରେ ଶୁଭଅଙ୍କୁରାରୋପଣ ଓ ଶୁଭାଧିବାସ କରାଯାଇଥିଲା ।
ଗୁରୁବାର ପ୍ରାତଃରେ କଳସଯାତ୍ରା, ଘଟସ୍ଥାପନ, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ଅଗ୍ନୀସ୍ଥାପନ, ଦେବୀ ପୂଜନ ପୂର୍ବକ ଚଣ୍ଡୀପାଠ କରାଯାଇଥିଲା । ଶୁକ୍ରବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ ପୂଜନ ଓ ଚଣ୍ଡୀପାଠ ସହ ରୁଦ୍ରାଭିଷେକ, ହନୁମାନ ପୂଜନ ଓ ଚାଳିଶା ପାଠ
କରାଯାଇ ହୋମଯଜ୍ଞ କରାଯାଇଥିଲା ।
ସେହିଭଳି ଶନିବାର ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜନ, ମଣ୍ଡପପୂଜା, ଦେବୀ ପୂଜନ ଓ ଚଣ୍ଡୀପାଠ ସହ ରୁଦ୍ରାଭିଷେକ, ହନୁମାନ ପୂଜନ, ଚାଳିଶା ପାଠ କରାଯିବା ସହିତ ଯଜ୍ଞ ପୂର୍ଣ୍ଣାହୁତି ଦିଆଯାଇଥିଲା ।
ପ୍ରତ୍ୟେକ ଦିନ ଭଜନ ଓ ନାମ ସଂକୀର୍ତନ କରାଯାଇଥିଲା । ଦୈନିକ ପବିତ୍ର ମନ୍ତ୍ରଧ୍ୱନୀରେ ସ୍ଥାନୀୟ ଅଂଚଳ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ହୋଇ ଉଠିଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ ତତ୍ୱାବଧାରକ ଜୀତେନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ତରାପୁର ତଥା ଆଖପାଖ ଗ୍ରାମର ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୈନିକ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଶାରଳାଙ୍କ କୃପାଲାଭ କରିଥିଲେ ।
ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଯୁବନେତା ରାଜେଶ ପଣ୍ଡା, ବିଜେପି ନେତା ଉପିନ ରାଉତ, ଚକ୍ରୋଡା ସରପଂଚ ତନୁଜା ନାୟକ, ଭାଗବତପୁର ସରପଂଚ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଜମଧର ସରପଂଚ ରାଜକିଶୋର ଖୁଂଟିଆ, ନିରଞ୍ଜନ ନାୟକ, ଉତମ ମଲ୍ଲିକଙ୍କ ସମେତ ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ଯୋଗଦେଇ ମା’ଶାରଳାଙ୍କ ନିକଟରେ ଆଶିର୍ବାଦ ଭିକ୍ଷା କରିଥିଲେ । ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଭଜନ ଦଳ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା ।
