ଜିଲା ବରିଷ୍ଠ ନାଗରିକ ମଂଚର ମହମବତୀ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୦୫/୦୫/୨୦୨୫(ଓଡ଼ିଶା ସମାଚାର)- କାଶ୍ମୀର ପହେଲଗ୍ରାମ ଠାରେ ଆତଙ୍କୀଙ୍କ ଗୁଳିମାଡରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ସହରର ଖଡିଅଙ୍ଗସ୍ଥିତ ହନୁମାନଜୀଉଙ୍କ ପ୍ରତିମୂର୍ତି ନିକଟରୁ ବାହାରି ପୁରୁଣା ବସଷ୍ଟାଣ୍ଡକୁ ଯାଇଥିଲା ।

ସେଠାରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମଂଚର ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ଶୋଭାଯାତ୍ରାରେ ଜିଲା ବରିଷ୍ଠ ନାଗରିକ ମଂଚର ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି,ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ସ୍ୱାଇଁ, ଉପସଭାପତି ପ୍ରହଲ୍ଲାଦ ମଲ୍ଲ, ନରୋତମ ଜେନା, ଫକୀର ଚରଣ ଖଟୁଆ, ଶୈଳେନ୍ଦ୍ର ମହାନ୍ତି, ବୈଷ୍ଣବ ଚରଣ ପ୍ରଧାନ, କିଶୋର ଚନ୍ଦ୍ର ପରିଡା, ରାଜେନ୍ଦ୍ର କୁମାର ରାଉତରାୟ, ପ୍ରସନ୍ନ କୁମାର ବେହେରା, ଲକ୍ଷ୍ମୀକାନ୍ତ ପତି, ବସନ୍ତ କୁମାର ଓଝା, ରାଜକିଶୋର ରାଉତ, ବଳରାମ ଦାସ, ନିତ୍ୟାନନ୍ଦ ସୁଆର, ରଘୁନାଥ ସ୍ୱାଇଁ ଓ ବିଷ୍ଣୁ ଚରଣ ପତି ପ୍ରମୁଖ ସାମିଲ ହୋଇ ଆତଙ୍କୀଙ୍କ ଗୁଳିମାଡରେ ମୃତୁ୍ୟବରଣ କରିଥିବା ବ୍ୟକ୍ତିବିଶେଷଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *