ରଜରେ ଗରୀବ ଲୋକଙ୍କ ପିଲାମାନଙ୍କୁ ଡ୍ରେସ ପ୍ରଦାନ

କେନ୍ଦ୍ରାପଡ଼ା, ୧୪/୬/୨୦୨୪ (ଓଡ଼ିଶା ସମାଚାର)- ରଜପର୍ବ ପାଇଁ ଗୁଲନଗର ପଂଚାୟତର ୨୧ନମ୍ବର ୱାର୍ଡରେ ଗରୀବ ସଂଖ୍ୟାଲଘୁ ଓ ଅନ୍ୟ ସଂପ୍ରଦାୟର ଲୋକମାନଙ୍କ ପୁଅ ଓ ଝିଅମାନଙ୍କୁ ସମାଜସେବୀ ସୁଶାନ୍ତ କୁମାର ଦାଶ ନୂଆ ଡ୍ରେସ ପ୍ରଦାନ କରିଛନ୍ତି । ଏହି ଉପଲକ୍ଷେ ଗୁଲନଗର ଗ୍ରାମପଂଚାୟତର ୨୧ନମ୍ବର ୱାର୍ଡରେ ଥିବା ରାମମନ୍ଦିର ନିକଟରେ ଆଜି ସକାଳୁ ସମାଜସେବୀ ଶ୍ରୀ ଦାଶ ପହଂଚି ରଜ ଉପଲକ୍ଷେ ଗରୀବ ଲୋକଙ୍କ ଝିଅ ଓ ପୁଅମାନଙ୍କୁ ନୂଆ ଡ୍ରେସ ପ୍ରଦାନ କରିଥିଲେ । ଏହି ନୂଆ ଡ୍ରେସ ପାଇ ସେମାନଙ୍କ ମୁହଁରେ ହସ ଫୁଟି ଉଠିଥିଲା । ରଜପର୍ବରେ ସେମାନେ ଅନ୍ୟମାନଙ୍କ ପରି ନୂଆ ଡ୍ରେସ ପିନ୍ଧି ରଜ ପର୍ବକୁ ଖୁସିରେ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *