ନିର୍ବାଚନ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ପ୍ରତିନିଧି ଙ୍କସହ ବୈଠକ

ଜଗତସିଂହପୁର, ୧୮/୦୪/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ନିମନ୍ତେ ଆଜି ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ଓ ପଲିଟିକାଲ ପାର୍ଟି ମାନଙ୍କର ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ନିର୍ବାଚନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନୂତନ ଭାବେ ନିଆଯାଇଥିବା ପଦକ୍ଷେପ ହୋମ ଭୋଟିଂ ବିଷୟ ରେ ସେ ପାର୍ଟି କର୍ମକର୍ତ୍ତା ମାନଙ୍କୁ ବୁଝାଇଥିଲେ ଏବଂ ଏହି ଭୋଟିଂ ସମୟରେ ମଧ୍ୟ ସମାନ ଆଚରଣ ବିଧି ର ନିୟମ ଅନୁସୃତ ହେବ ବୋଲି କହିଥିଲେ।ଏହାଛଡ଼ା ନିର୍ବାଚନ ପ୍ରଚାର ପାଇଁ ଅନୁମତି ନେବାକୁ ସୁବିଧା ଆପ କୁ ବ୍ୟବହାର କରିବା, ସକ୍ଷମ ଓ ସି ଭିଜିଲ ଆପ୍ ର ବ୍ୟବହାର,ପୋଷ୍ଟାଲ ଭୋଟିଙ୍ଗ, ପୋଲିଂ ବୁଥ୍ ରେ ଆଇନ୍ ଶୃଙ୍ଖଳା, ସି ସି ଟିଭି କ୍ୟାମେରା, ଅକ୍ଜିଲାରୀ ବୁଥ ତଥା ମଡେଲ ବୁଥ ବିଷୟ ରେ ଆଲୋଚନା କରିଥିଲେ। ଜିଲ୍ଲା ରେ ୧୪୧ ଟି ମଡେଲ ବୁଥ କରାଯାଇଛି, ଯେଉଁଥିରେ ୧୩୧ ଟି କେବଳ ମହିଳା ପୋଲିଂ ଅଧିକାରୀ ଙ୍କୁ ନେଇ ସଖୀ ବୁଥ, ୨ ଟି ପି.ଡ଼ ବ୍ଲ୍ୟୁ. ଡି ବୁଥ ଓ ୮ ଟି ଯୁବ ବୁଥ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ପୋଲିଂ ବୁଥ୍ ଗୁଡିକ ପାଇଁ ପୋଲିଂ ଏଜେଣ୍ଟ ବାଛିବା କାମଟିକୁ ସମୟ ପୂର୍ବରୁ କରିବା ପାଇଁ ଜିଲ୍ଲାପାଳ ପାର୍ଟି କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ବୈଠକରେ ଯୋଗଦେଇ ନିର୍ବାଚନ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ଜନପ୍ରତିନିଧି ଭାବରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସେ ପାର୍ଟି କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନ ପ୍ରଚାର ସମୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଓ ଏହାର ସୁରକ୍ଷିତ ରଖିବା ବିଷୟ ରେ ସତର୍କତା ଅବଲମ୍ବନ କରିବାକୁ କହିଥିଲେ । ବୈଠକରେ  ପୋଲିଂ ଦିନ, ଏହାର ପୂର୍ବ ବ୍ୟବସ୍ଥା, ବୁଥ୍ ଗୁଡିକ ରେ ଆବଶ୍ୟକୀୟ ସୁବିଧାସୁଯୋଗ, ଗ୍ରୀଷ୍ମ ପ୍ରବାହ ରୁ ସୁରକ୍ଷା ନିମନ୍ତେ ପ୍ରାଥମିକ ବ୍ୟବସ୍ଥା ଆଦି ସମ୍ଵନ୍ଧରେ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ ନାୟକ, ଡେପୁଟି କଲେକ୍ଟର ନିର୍ବାଚନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କର ସନ୍ଦେହ ଦୂର କରିଥିଲେ।

Leave a Reply

Your email address will not be published. Required fields are marked *