ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକେଇଲେ ବିଧାୟକ ପ୍ରକାଶ ସେଠୀ ଓ ପ୍ରଶାନ୍ତ ଜଗଦେବ
କଟକ ସଦର, ୦୫/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା ପାଇକା ତଟରେ ଥିବା ବାଲି ପଡ଼ିଆରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ତିନି ଦିନିଆ ଚୈତ୍ର ମହୋତ୍ସବ ଗତକାଲି ରବିବାର ରାତିରେ ଉଦଯାପିତ ହୋଇଯାଇଛି।
ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରଶନ୍ନ ନାୟକ, ସମାଜସେବୀ ତନ୍ମୟ ଦାସ, ଯୁଵଦ୍ୟୋଗୀ ସ୍ୱରୁପ ସୁମନ ଦାସ ପ୍ରମୁଖ ଯୋଗ ଦେଇ ଭାଇଚାରାର ଚୈତ୍ର ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ ହୋଇଥିବା ରଙ୍ଗବତୀ ଗୀତରେ ବିଧାୟକ ଇଂ ସେଠୀ ଓ ବିଧାୟକ ଜଗଦେବ ମଞ୍ଚ ଉପରକୁ ଯାଇଁ ନାଚି ମଞ୍ଚ ଦୁଲକେଇ ଥିଲେ।
ମଧ୍ୟମ ସଂଧ୍ୟାରେ କାଳବୈଶାଖୀ ଵର୍ଷା ସତ୍ୱେ ବିଶିଷ୍ଟ ହାସ୍ୟ ଅଭିନେତା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ୍ ପପୁ ପମପମ୍ ଙ୍କ ଗୀତ ଓ କମେଡି ଦର୍ଶକଙ୍କ ମନ ମୋହି ଥିଲା।
ସୂଚନାଯୋଗ୍ୟ ଯେ ଉକ୍ତ ଉତ୍ସବକୁ ପୂର୍ବତନ ସାଂସଦ, ବିଶିଷ୍ଟ ସିନେ ତାରକା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ପ୍ରମୁଖ ଉଦଘାଟନ କରିଥିଲେ।
