ନିଶ୍ଚିନ୍ତକୋଇଲି,୦୫/୦୪/୨୦୨୫ (ଓଡ଼ିଶା ସମାଚାର /ଓଡିଶା ସମାଚାର /ଅଭୟ ଜେନା ):କଳମିଶ୍ରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତଲେଣ୍ଡୁରା ଭଗବାନ ପୁର ଗ୍ରାମର ସମାଜ ସେଵୀ ତଥା ଧର୍ମ ପରାୟଣ ବ୍ୟକ୍ତି ଜଗନ୍ନାଥ ନନ୍ଦ ଙ୍କ ର ପରଲୋକ ଘଟିଛି ।
ମୃତ୍ୟୁ ବେଳକୁ ତା ଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତହୋଇ ଚିକିତ୍ସାଧୀନ ଥିଲେ । ତାଙ୍କ ର ଜନ୍ମ ସ୍ଥାନ ଲେଣ୍ଡୁରାଭଗବାନ ଗ୍ରାମ ଶ୍ମସାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ବଡ଼ ପୁଅ ନିହାର ରଞ୍ଜନ ନନ୍ଦ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ନଳିନୀରଞ୍ଜନ ନନ୍ଦ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କର ବିୟୋଗ ରେ ଶୋକର ଛାୟା ଖେଳି ଯାଇଛି ।
