କଟକ,୨୮/୦୩/୨୦୨୫(ଓଡ଼ିଶା ସମାଚାର)- କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ୫୨ତମ ବାର୍ଷିକ ସାଧାରଣ ବୈଠକ କଟକ ସିଡିଏ-୬ ୱିଣ୍ଡସର ପ୍ୟାଲେସ ଠାରେ ପାଳିତ ହୋଇଯାଇଅଛି । ବ୍ୟାଙ୍କର ସଭାପତି ପ୍ରଭାତ ଚନ୍ଦ୍ର କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୫୨ ତମ ବାର୍ଷିକ ସଭାରେ ଅବିଭକ୍ତ କଟକ ଜିଲାର ୬୮୯ କୃଷି ସମବାୟ ସମିତି ଏବଂ ୬୬୭ ଅଣ କୃଷି ସମବାୟ ସମିତିର ସଭାପତି ମନୋନୀତ ସଭ୍ୟମାନେଯୋଗ ଦେଇଥିଲେ ।
ବ୍ୟାଙ୍କର ଆୟ ବ୍ୟୟ ଅଟକଳକୁ ଉପସ୍ଥାପନ କରାଯିବା ସହିତ କୃଷି ଋଣ ପ୍ରଦାନ ବ୍ୟତୀତ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଅଣପାରମ୍ପାରିକ ଋଣ ଯଥା ଆର୍ଥôକ ଅନଗ୍ରସର ପରିବାରମାନଙ୍କୁ ନିଜସ୍ୱ ଗୃହ ନିର୍ମାଣ ।
ମରାମତି ପାଇଁ ଯୋଜନା “ମୋ ଘର’ ପଂଚାୟତ ପରୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ କାର୍ଯ୍ୟକର୍ତାମାନଙ୍କ ଯାତାୟତର ସୁବିଧା ନିମନ୍ତେ “ମୋ ସ୍କୁଟର’, ବୁଣାକାରମାନଙ୍କ ଆର୍ଥôକ ସୁଧାର ନିମନ୍ତେ “ବଳିଆ’, କୃଷି ଯନ୍ତ୍ରପାତି କ୍ରୟ ଓ ଉନ୍ନତି କରଣ ନିମନ୍ତେ ଉଦ୍ଧିଷ୍ଟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଇତ୍ୟାଦି ଲୋକାଭିମୁଖୀ ପରିକ୍ରମ ନିମନ୍ତେ ଋଣ ଲଗାଣ ପାଇଁ ଗୁରୁତ୍ୱ ପ୍ରଦାନ କରୁଥିବାରୁ ବ୍ୟାଙ୍କ ସ୍ତରରେ ଏ ଗୁଡିକର ପ୍ରଚଳନ କରାଯାଇ ବିଭିନ୍ନ ପ୍ରକାରର ଅଣ ପାରମ୍ପାରିକ ରୁଣଲଗାଣ ଆରମ୍ଭ କରାଯାଇଛି ।