ଢେଙ୍କାନାଳ,୧୦/୦୧/୨୦୨୬ (ଓଡ଼ିଶା ସମାଚାର)- ଆଜି ଢେଙ୍କାନାଳସ୍ଥିତ ସମବାୟ ଭବନ ପ୍ରାଙ୍ଗଣରେ ଆନ୍ତର୍ଜାତିକ ସମବାୟ ବର୍ଷର ଉଦଯାପନୀ ସମାରୋହ ବଡ଼ ଧୁମ ଧାମରେ ପାଳନ ହୋଇ ଯାଇଅଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଉପନିବନ୍ଧକ ଶ୍ରୀମାନ ଉମାଶଙ୍କର ଦାସ, ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ବିଶ୍ୱନାଥ ଦାସ, ଜ଼ିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ଶ୍ରୀ ତତ୍ତ୍ୱମସି ମହାପାତ୍ର, ଅନୁଗୁଳ ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ଡି ଡି ଏମ ନର୍ବାର୍ଡ ପ୍ରଶାନ୍ତ କୁମାର ଦାସ, ସହକାରୀ ନିବନ୍ଧକ ଅମରଜୟ ଦାଶ, ପ୍ରତାପ କୁମାର ମିଶ୍ର, ସହକାରୀ ବୟନ ଶିଳ୍ପ ଅଧିକାରୀଗଣ ଉପସ୍ଥିତ ଥିଲେ । ସକଳ ଜୀବନରେ ସମବାୟର ଭୂମିକା, ଅତୀତର ଗରିମାମୟ ସମବାୟ ଅସ୍ମିତାର ପୁନଃରୁଦ୍ଧାର ଆଲୋଚନା ହୋଇଥିଲା ।

ଆଜିର ଆହ୍ୱାନରେ ଉଦବୁଦ୍ଧ ହେବା ସହ ନୂତନ ଉନ୍ମାଦନା ରେ ଅଗ୍ରସର ହେବା ନିମନ୍ତେ ଉତ୍ସାହ କରାଯାଇଥିଲା । ଏହି ସମାପନ ସମାରୋହ ଅବସରରେ ବ୍ୟବସାୟ ବିବିଧିକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପ୍ୟାକ୍ସ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସମ୍ମାନିତ ପ୍ୟାକ୍ସମାନେ ହେଲେ—ବାରୁଆଁ କ ପ୍ୟାକ୍ସ (ଦୁଧ ସଂଗ୍ରହ କେନ୍ଦ୍ର),ଲାଉଲୋଇ ପ୍ୟାକ୍ସ (ଜନ ସେବା କେନ୍ଦ୍ର ମାଧ୍ୟମରେ ସେବା),ହତୁରା ପ୍ୟାକ୍ସ (ଜନ ସେବା କେନ୍ଦ୍ର)ନିହାଳପ୍ରସାଦ ପ୍ୟାକ୍ସ (ଦୁଧ ସଂଗ୍ରହ କେନ୍ଦ୍ର),କାମାକ୍ଷାନଗର ମଡେଲ ପ୍ୟାକ୍ସ (କୀଟନାଶକ ବ୍ୟବସାୟ ଓ ଦୁଧ ସଂଗ୍ରହ),ଷଡ଼ଙ୍ଗୀ ପ୍ୟାକ୍ସ (ଓମ୍ଫେଡ ପାର୍ଲର ଖୋଲିବା),ଆର.ଏନ. ପୁର ପ୍ୟାକ୍ସ (ଆଗ୍ରୋ ସର୍ଭିସ ସେଣ୍ଟର) ଏବଂଗେଙ୍ଗୁଟିଆ ପ୍ୟାକ୍ସ(ଗ୍ୟାସ ଏଜେନ୍ସି ବ୍ୟବସାୟ)।
ଏହି ପୁରସ୍କାରଗୁଡ଼ିକୁ ଅତିରିକ୍ତ ଜିଲ୍ଲାପାଳ, ଢେଙ୍କାନାଳ ପ୍ରଦାନ କରି ପ୍ୟାକ୍ସ ମାନଙ୍କ ନୂତନ ଓ ଉଦ୍ଭାବନାତ୍ମକ ପଦକ୍ଷେପକୁ ସ୍ୱୀକୃତି ଜଣାଇଥିଲେ। ଏହି ସମୟରେ ମଞ୍ଚ ପରିଚାଳନା କରିଥିଲେ ସନ୍ତୋଷ କୁମାର ପ୍ରଧାନ ।
