ଆଦର୍ଶ ତଥା ଧର୍ମପ୍ରାଣା ମହିଳା କିରଣବାଳା ଜେନାଙ୍କ ବିୟୋଗ ।

 କଟକ,୯/୪/୨୦୨୪(ଓଡ଼ିଶା ସମାଚାର ): ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ, ଓଡ଼ିଶା କଟକ ଶାଖା  ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଗ୍ରାମ ଧର୍ମପ୍ରାଣା ମହିଳା କିରଣବାଳା ଜେନାଙ୍କ ପରଲୋକ ଗମନ ଘଟିଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଅକ୍ଷୟ କୁମାର ଜେନା, ଦେଢ଼ଶୁର ରମେଶ ଜେନା, ଯା ମାଳତୀ ଜେନା, ଜ୍ୟେଷ୍ଠ ଭ୍ରାତା ଲକ୍ଷୀଧର ସାହୂ,କନିଷ୍ଟ ଭ୍ରାତା ହେମନ୍ତ ସାହୁ,କନ୍ୟା ମିତାଞ୍ଜଳି ଜେନା, ଜ୍ବାଇଁ ରବୀନ୍ଦ୍ର ପ୍ରଧାନ,ପୁତ୍ର ଶ୍ନେହାଶିଶ ଜେନା,ରବିନ୍ଦ୍ର କୁମାର ଜେନା,ବ୍ରଜ କିଶୋର ଜେନା,ପୁତ୍ରବଧୂ ସ୍ମିତାରାଣୀ ଜେନା,ରେଣୁକା ଜେନା, ସୁଚିତ୍ରା ଜେନା,ପୁତୁରା ରାଜ କିଶୋର ଜେନା,ପୁତୁରା ବୋହୂ ବବିତା ଜେନା,ଝିଆରୀ ରଶ୍ମିତା ଜେନା,ଜ୍ବାଇଁ ବାସୁଦେବ ବସ୍ତିଆ, ଶୁଭସ୍ମିତା ଜେନା,ନାତି ନାତୁଣୀ ଶୁଭ ଲକ୍ଷ୍ମୀ ଜେନା,ବିଜୟ ଲକ୍ଷ୍ମୀ ଜେନା, ଦିବ୍ୟାଂଶି ପ୍ରଧାନ,ଭାଗ୍ୟଲକ୍ଷ୍ମୀ ଜେନା,ନାତି କଣ୍ଠଶିଳ୍ପୀ ଦିବ୍ୟଜ୍ୟୋତି ପ୍ରଧାନ,ବିଶ୍ବରଂଜନ ଜେନା,ଶୁଭ୍ରାଂଶୁ ଜେନା, ବିଶ୍ୱଜିତ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପ୍ରାଣା ମହିଳା, ମିଷ୍ଟଭାଷୀ,ମେଲପି,ସ୍ନେହୀ ତଥା ଦରଦୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳ ରେ ଖୁବ୍ ପରିଚିତ ଥିଲେ ।

Leave a Reply

Your email address will not be published. Required fields are marked *