ଜଗନ୍ନାଥ କୃଷକ ସେବା ସମବାୟ ସମିତିରେ ମଣ୍ଡି ସମିକ୍ଷା କଲେ ମନ୍ତ୍ରୀ

ଫୁଲନଖରା ୨୧/୧୨/୨୦୨୪ (ଓଡ଼ିଶା ସମାଚାର)-ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଆଜି ସରକାରୀ କାର୍ଯ୍ୟକ୍ରମରେ ଆସି ବ୍ରାହ୍ମଣଝରିଲୋ ସ୍ଥିତ ଶ୍ରୀଜଗନ୍ନାଥ କୃଷକ ସେବା ସମବାୟ ସମିତିଲିଃରେ ପହଞ୍ଚି ଥିଲେ । ଧାନ ମଣ୍ଡି ସୁପରିଚାଳନା ସମୀକ୍ଷା ନିମନ୍ତେ  ଉଦ୍ଧିଷ୍ଟ ଏହି କାର୍ଯ୍ୟକ୍ରମରେ ସେ ସମିତିର ମଣ୍ଡି ବୁଲି ଦେଖିବା ସହ ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଗୁରୁତ୍ବ ଦେଇଥିଲେ । ପ୍ରାରମ୍ଭରେ ହରିଅନ୍ତା ସରପଞ୍ଚ ପଦ୍ମିନୀ ପ୍ରଧାନଙ୍କ ଠାରୁ ଅଦିନିଆ ବର୍ଷାରେ ଧାନର ମାନ ପୂର୍ବାପେକ୍ଷା କମିପାରେ, ସେଥିପ୍ରତି ଦୃଷ୍ଟି ଦେବା ସହ ଚାଷୀ ମାନଙ୍କୁ ଠିକ୍ ସମୟରେ ଅଖା ଯୋଗାଇଦେବା ପାଇଁ ଏକ ଦାବିପତ୍ର ସେ ଗ୍ରହଣ କରିଥିଲେ । ଡି.ଆର.ସି.ଏସ ସୁପ୍ରିୟା ସ୍ବାଇଁ, ଏଡିଏମ୍ ସୁବାସ ଚନ୍ଦ୍ର ରାୟ, ଚିପ୍.ସି.ଏସ୍.ଓ. ପ୍ରଶନ୍ନ ଆଚାର୍ଯ୍ୟ, ଏ.ଆର.ସି.ଏସ୍. ସ୍ନିଗଧା ଶତପଥି, ବିଡ଼ିଓ ସ୍ବାଗତ ଦାସ, ତହସିଲଦାର ତୁଷାର କାନ୍ତି ବେହେରା ପ୍ରମୁଖ ଉପସ୍ଥିତ ରହି ମଣ୍ଡି ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ହରିଅନ୍ତା ସମବାୟ ସମିତିର ସମ୍ପାଦକ ବିଶ୍ବନାଥ ମହାପାତ୍ର, ଶ୍ରୀଜଗନ୍ନାଥ ସେବା ସମବାୟ ସମିତିର ସଭାପତି ଗୋଲେଖ ଚନ୍ଦ୍ର ପାତ୍ର, ସମ୍ପାଦକ ପ୍ରଣୟ କୁମାର ଦାଶ, ନିର୍ଦ୍ଦେଶକ ଲିଙ୍ଗରାଜ ମହାନ୍ତି, ବିଶ୍ବ ରଞ୍ଜନ ସାହୁ, ଭରତ ସାମଲ, ରାକେଶ କୁମାର ଜେନା ଉପସ୍ଥିତ ରହି ମଣ୍ଡି ସୁପରିଚାଳନା ନିମନ୍ତେ ମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ । ରାଧାକାନ୍ତ ପାତ୍ର, ତୃଷାନ୍ତ ପାତ୍ର ଓ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମନ୍ତ୍ରୀ ଆଜି ବାରଙ୍ଗ, କଣ୍ଟାପଡ଼ା, ନିଆଳି ବ୍ଲକର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରିଥିଲା ।

Leave a Reply

Your email address will not be published. Required fields are marked *