ବୈଶାଖୀ ବାଣିଜ୍ୟ ମେଳାରେ ରୁଚିମଣ୍ଡପର ଆକର୍ଷଣ

ଗୋଟିଏ ମସଲା ସହିତ ଆଉ ଗୋଟିଏ ମାଗଣାରେ
କଟକ,୨୮/୦୩/୨୦୨୫(ଓଡ଼ିଶା ସମାଚାର)- କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଛି ୨୧ତମ କଟକ ବୈଶାଖୀ ବାଣିଜ୍ୟମେଳା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ବୃହତ୍ ବାଣିଜ୍ୟ-ଉଦ୍ୟୋଗ ମେଳାରେ ଓଡ଼ିଶାର ପ୍ରତିଷ୍ଠିତ ରୁଚି ମସଲା ଉଦ୍ୟୋଗ ମୁଖ୍ୟ ପ୍ରାୟୋଜକ ରହିଛି । ଗୁରୁବାର ସନ୍ଧ୍ୟାରେ ବିଶିଷ୍ଟ ମହିଳା ଉଦ୍ୟୋଗୀ ତଥା ‘ରୁଚି’ର ନିର୍ଦ୍ଧେଶିକା ଶ୍ରୀମତୀ ସଙ୍ଗୀତା ସାହୁ ରୁଚି ମସଲା ମଣ୍ଡପ ଓ ଫ୍ରୋଜିଟ୍ ଡିଭିଜନ ପକ୍ଷରୁ ଖୋଲିଥିବା ଖାଦ୍ୟମଣ୍ଡପକୁ ଉଦ୍ଘାଟନ କରିଥିଲେ ।

ସେହିଭଳି ନିର୍ଦ୍ଧେଶିକା ସଲିନା ସାହୁ ରୁଚି ଟି-ମଣ୍ଡପର ମଧ୍ୟ ଲୋକାର୍ପଣ କରିଥିଲେ । ‘ରୁଚି’ର ସମସ୍ତ ପ୍ରକାର ମସଲା, ସିମାଇ ଓ ପାସ୍ତା ସାମଗ୍ରୀ ଗୋଟିଏ କିଣିଲେ ଗୋଟିଏ ବିନାମୂଲ୍ୟରେ ମିଳିବାର ବ୍ୟବସ୍ଥା ରହିଛି । ଏହା ସହିତ ୮୦୦ ଟଙ୍କାର ସାମଗ୍ରୀ କ୍ରୟ ସହିତ ଲକି ଡ୍ର’ରେ ବମ୍ଫର ପୁରସ୍କାର ଭାବରେ ଏଲଇଡ଼ି ଟିଭି ରହିଛି । ପ୍ରତି ୫୦୦ ଟଙ୍କା, ୮୦୦, ୧୫୦୦, ୩୦୦୦ ଓ ୫୦୦୦ ଟଙ୍କାର ସାମଗ୍ରୀ କିଣିଲେ ଟାୱେଲ, ପ୍ଲାଷ୍ଟିକ ମଗ୍, ପ୍ଲାଷ୍ଟିକ ବାଲତି, ଷ୍ଟିଲ ଥାଳି ଓ ଷ୍ଟିଲ ଡିନର ସେଟ୍ ମଧ୍ୟ ଉପହାର ଭାବେ ମିଳିବ ।

ସେହିଭଳି ରୁଚି ଉତ୍କଳ ଓ ଉତ୍କର୍ଷ ଚା, ଅଳେଇଚ ଚା ଓ ପ୍ରିମିୟମ ଚା’ ଉପରେ ବିଭିନ୍ନ ଉପହାର ଯୋଜନା ରହିଛି । ପ୍ରତିଦିନ ରୁଚି ମଣ୍ଡପରେ ଗ୍ରାହକମାନଙ୍କ ପାଇଁ କୁଇଜ୍ ଓ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଫ୍ରୋଜିଟ୍ ଡିଭିଜନ ପକ୍ଷରୁ ବେକେରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି । ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

ବାଣିଜ୍ୟ ମେଳା କମିଟିର ସଂଯୋଜକ ଦେବୀ ପ୍ରସାଦ ଦାଶ, ସେଲ୍ସ ହେଡ଼୍ ଦିଲ୍ଲୀପ ସାହୁ, ମାର୍କେଟିଂ ବିଭାଗର ପ୍ରଶାନ୍ତ କୁମାର ପାତ୍ର, ଶୁଭାଶିଷ ଜେନା, ଆଲୋକ ଦାସ, ଅକ୍ଷୟ କୁମାର ପଣ୍ଡା, ଫ୍ରୋଜିଟ୍ ଡିଭିଜନର ଅବିନାଶ ସିଂହ, ଅଂଶୁମାନ ପତି, ହିମାଂଶୁ ସାହୁ ଓ ଲୋକସଂପର୍କ ବିଭାଗ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *