କଟକ,୨୮/୦୩/୨୦୨୫(ଓଡ଼ିଶା ସମାଚାର)-ସାଧବ ପୁଅମାନେ କାର୍ତିକ ମାସରେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେମାନେ ବିଦେଶରୁ ବାଣିଜ୍ୟ ସାରି ଫେରିବା ପରେ ବାଲିଯାତ୍ରା ପଡ଼ିଆରେ ବୈଶାଖ ମାସରେ ଲାଗୁଥିଲା ବାଣିଜି୍ୟକ ମେଳା ।
ଏହାକୁ ବୈଶାଖୀ ବାଣିଜ୍ୟ ମେଳା ବା ସାଧବ ପୁଅଙ୍କ ଫେରନ୍ତା ବାଲିଯାତ୍ରା କୁହାଯାଏ । ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୨୧ତମ କଟକ-ବୈଶାଖୀ ବାଣିଜ୍ୟମେଳାକୁ ମୁଖ୍ୟ ଅତିଥି ଭାବେ ଆୟୋଜନ ସମିତିର ଆବାହକ ଆଶୀର୍ବାଦ ବେହେରା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏହି ମତବ୍ୟକ୍ତ କରିଛନ୍ତି । କମିଟି ଅଧ୍ୟକ୍ଷ ମଧୁସୂଦନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ରୁଚିର ଲୋକସଂପର୍କ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ, ପୃଷ୍ଠପୋଷକ ଡ.ରଂଜନ କୁମାର ବିଶ୍ୱାଳ, ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇଥିଲେ ।
ମେଳାର ସଂଯୋଜକ ଦେବୀପ୍ରସାଦ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ୧୦ଟି ଦେଶ ଏବଂ ଓଡ଼ିଶା ସମେତ ୨୦ଟି ରାଜ୍ୟରୁ ୬୩୫ ଜଣ ଉଦ୍ୟୋଗୀ ସେମାନଙ୍କର ବାଣିଜି୍ୟକ ଷ୍ଟଲ ଖୋଲିଥିବା କହିଥିଲେ । ସଂଯୋଜକ ସଂଜୀବ ବେହେରା, କୋଷାଧ୍ୟକ୍ଷ ଦିଲୀପ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।
