ବିଜେଡି ପକ୍ଷରୁ ସହକାରୀ ନିର୍ବାଚନ ଅଧିକାରୀ ନିଯୁକ୍ତି

କେନ୍ଦ୍ରାପଡ଼ା, ୦୪/୦୩/୨୦୨୫(ଓଡ଼ିଶା ସମାଚାର)- ଦଳୀୟ ନିର୍ବାଚନ ନିମନ୍ତେ ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ଜିଲାର ପ୍ରତ୍ୟେକ ବ୍ଲକ ଓ ପୌରାଂଚଳ ପାଇଁ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏନେଇ ମଙ୍ଗଳବାର ଗରାପୁରସ୍ଥିତ ଜିଲା ବିଜେଡି ନିର୍ବାଚନ ଅଧିକାରୀ ଆଇନଜୀବୀ ଭୀମସେନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ବିଜେଡି ପକ୍ଷରୁ ଆସନ୍ତା ଦଳୀୟ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଉପସ୍ଥିତ ବ୍ଲକ ଓ ପୌରାଂଚଳର ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ଭୂୟାଁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଏସମ୍ପର୍କରେ ବିଷଦ ଭାବେ ବୁଝାଇ ଦେଇଥିଲେ ।

ବୈଠକରେ ଆଳି ବ୍ଲକର ଏଆରଓ କୃଷ୍ଣଚନ୍ଦ୍ର ପରିଡା, ରାଜକନିକା ବ୍ଲକର ଏଆରଓ ଧିରେନ୍ଦ୍ର କୁମାର ମହାପାତ୍ର, କେନ୍ଦ୍ରାପଡା ବ୍ଲକର ଏଆରଓ ପ୍ରଦୀପ୍ତ କୁମାର ଜେନା, କେନ୍ଦ୍ରାପଡା ପୌରାଂଚଳର ଏଆରଓ ରଶ୍ମୀରଞ୍ଜନ ରାଉତ, ଡେରାବିଶ ବ୍ଲକର ଏଆରଓ ଯୋଗାନନ୍ଦ ମହାନ୍ତି, ଗରଦପୁର ବ୍ଲକର ଏଆରଓ ଶୈଳେନ୍ଦ୍ର କୁମାର ମହାନ୍ତି, ରାଜନଗର ବ୍ଲକର ଏଆରଓ ବିଜୟ କୁମାର ନାୟକ, ପଟ୍ଟାମୁଣ୍ଡାଇ ବ୍ଲକର ଏଆରଓ ରଞ୍ଜନ କୁମାର ବିଶ୍ୱାଳ, ପଟ୍ଟାମୁଣ୍ଡାଇ ପୌରାଂଚଳର ଏଆରଓ ସୁରେନ୍ଦ୍ର ପ୍ରସାଦ ଗିରି, ମହାକାଳପଡା ବ୍ଲକର ଏଆରଓ ଅମୀୟ ନାୟକ, ମାର୍ଶାଘାଇ ବ୍ଲକର ଏଆରଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *