ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୦୪/୦୩/୨୦୨୫(ଓଡ଼ିଶା ସମାଚାର)- ନେହେରୁ ଯୁବକେନ୍ଦ୍ର ଓ ମୋ ଭାରତ ପକ୍ଷରୁ ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବାଡି, ଫୁଟବଲ୍, ସ୍ଲୋ ସାଇକେଲ ରେସ୍, ବ୍ୟାଡମିଂଟନ, ଟାଇବୁଣ୍ଡ ଓ ଦୈାଡ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ ଜିଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଉମାକାନ୍ତ କର, ଦେବେନ୍ଦ୍ର କିଶୋର ସାହୁ, ଶଶାଙ୍କଶେଖର ସାହୁ ଓ ବିବେକାନନ୍ଦ ସାମଲ ପ୍ରମୁଖ ପରିଚାଳନା କରିଥିବା ବେଳେ ପୁରସ୍କାର ବୀତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଓ ସମ୍ମାନୀତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲା ଅଧିକାରୀ ଗୋଲିତିରୁପତି ରେଡ୍ଡୀ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି କୃତି ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନିତ ହୋଇଛନ୍ତି । ଏହି ଉତ୍ସବକୁ ସ୍ୱେଛାସେବୀ ସ୍ଥିତିପ୍ରଜ୍ଞା ଜେନା, ନିଖିଲ ସ୍ୱାଇଁ, ଦେବସୃତି ସ୍ୱାଇଁ, ଉମାକାନ୍ତ ସାହୁ, ସତ୍ୟଜିତ ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଲକ୍ଷ୍ମୀକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *