ଭୁବନ ଏନ୍ ଏ ସି ତରଫରୁ ବିଭିନ୍ନ ଦୋକାନ ରେ ପଲିଥିନ ଚଢ଼ାଉ

ଭୁବନ ୦୪/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ବିଭିନ୍ନ ଦୋକାନ ବଜାର ଓ ସପିଙ୍ଗ ମଲ୍ ରେ ମଙ୍ଗଳବାର ସିଙ୍ଗଲ ୟୁଜ ପଲିଥିନ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯାଇଥିଲା ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେଜ ଙ୍କ ତତ୍ତ୍ଵାବଧାନରେ ଏନ୍ ଏ ସି କର୍ମଚାରୀ ମାନେ ଦୋକାନ ବଜାର ବୁଲି ପଲିଥିନ ଜବତ କରିବା ସହ ପଲିଥିନ ର ଭୟାବହତା ସଂପର୍କରେ ଦୋକାନୀ ମାନଙ୍କୁ ସଚେତନ କରିଥିଲେ। ଆଜି ପ୍ରଥମ ଦିନରେ ସମୁଦାୟ ଏକ ହଜାର ଛଅ ଟଙ୍କା ଫାଇନ ଆଦାୟ ହୋଇଥିଲା ଏବଂ ପଲିଥିନ ଚଢ଼ାଉ ଅବ୍ୟାହତ ରହିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବେଜ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *