କଟକ ସଦର, ୨୭/୦୩/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବିଜୁ ଜନତାଦଳ ପକ୍ଷରୁ ଆଜି ବୁଧବାର ଅପରାହ୍ନରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ କଟକ ସଦର ସଂରକ୍ଷିତ ବିଧାନ ସଭା ଆସନ ପାଇଁ ବିଧାୟକ ଥିବା ଚନ୍ଦ୍ର ସାରଥି ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁନର୍ବାର ତାଙ୍କୁ ରିପିଟ କରିଥିବାରୁ ବିଜେଡ଼ି ଶିବିରରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଯେ କଟକ ସଦର ଵ୍ଲକର ୨୩ , ନିଶ୍ଚିନ୍ତକୋଇଲି ବ୍ଲକର ୧୪ ଟି ମୋଟ ୩୭ ଟି ପଞ୍ଚାୟତ ଓ କଟକ ମହାନଗର ନିଗମର ୬ ଗୋଟି ୱ।ର୍ଡ କୁ ନେଇ ଗଠିତ କଟକ ସଦର ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ଲଗାତାର ୨୦୧୪ ଓ ୨୦୧୯ ରୁ ବିଧାୟକ ରହି ଆସିଥିବା ଚନ୍ଦ୍ର ସାରଥି ବେହେରା ଏଥର ୨୦୨୪ ରେ ହାଟ୍ରିକ କରିବା ଲକ୍ଷ୍ୟରେ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ୨୦୦୯ ରେ ନିର୍ବାଚନ ମଣ୍ଡଳୀ ପୂନର୍ଗଠନ ହେବା ପରେ କଟକ ସଦର ରୁ ଚନ୍ଦ୍ର ସାରଥି ଙ୍କ ବାପା ଅଧ୍ୟାପକ କାଳିନ୍ଦୀ ବେହେରା ବିଧାୟକ ହୋଇଥିବା ବେଳେ ଚନ୍ଦ୍ର ସାରଥି ଟାଙ୍ଗୀ ସାଲେପୁରରୁ ବିଧାୟକ ହୋଇଥିଲେ। ଟିକେଟ ଘୋଷଣା ପରେ ଚନ୍ଦ୍ର ସାରଥି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଚନ୍ଦ୍ର ସାରଥିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଅନ୍ୟ କୌଣସି ଦଳ ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ କରିନଥିବା ବେଳେ ବିଜେଡ଼ି ପ୍ରଥମେ ଘୋଷଣା କରି ଗୋଟି ଚାଳନାକୁ ସାଣିତ କରିଥିବା ଜଣାଯାଇଛି ।