ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- କଂଗ୍ରେସ ପକ୍ଷରୁ ସାଂଗଠନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ପରିରପେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନୂଆ ପ୍ରଭାରୀ ଭାବେ ଡ.ଅଜୟ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ପ୍ରଭାରୀ ଥିବା ଚେଲା କୁମାରଙ୍କ ସ୍ଥାନ ଡ.ଅଜୟ କୁମାର ନେଇଛନ୍ତି। ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ ଅଜୟ କୁମାରଙ୍କୁ ଓଡ଼ିଶା ସହ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।