ସିଭିଲ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଲକ୍ଷ୍ମୀପୁର, ୨୫/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- ଜମି ଜମା ସମ୍ବଧିୟ କାର୍ୟ୍ୟକୁ ନେଇ ଲୋକେ ଅଯଥା ଖର୍ଚ୍ଚାନ୍ତ ହେଉଥିବାରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ହନୁମାନ ମନ୍ଦିର ପାଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ନିର୍ମିତ ହେବାକୁ ଯାଉଥିବା ସିଭିଲ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ବିଚାରପତି ତଥା କୋରାପୁଟ ଜିଲ୍ଲା କୋର୍ଟ ର ପ୍ରଶାସନିକ ନ୍ୟାୟଧିସ ସଞ୍ଜୀବ କୁମାର  ପାଣିଗ୍ରାହୀ ଓ ଲକ୍ଷ୍ମୀପୁର ପ୍ରଥମ ଶ୍ରେଣୀ ଅଦାଲତର ବିଚାରପତି ସୁରକ୍ଷିତ ମିଶ୍ର ଯୋଗ ଦେଇ ଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଅଧିକ୍ଷଣ ଯନ୍ତ୍ରୀ ଅଭିଜିତ ବାରିକ,ସହକାରି ନିର୍ବାହୀ ଯନ୍ତ୍ରୀ ସୁନିଲ କୁମାର୍ ଦାସ,କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ନାୟକ,ରଞ୍ଜିତ ବେହେରା ଓ ଜୟନ୍ତ କୁମାର ସାହୁ ଉପସ୍ଥିତ ରହି କାର୍ୟ୍ୟକ୍ରମର ଆୟୋଜନ କରିଥିଲେ।

ଏସଡିପିଓ ବିରଞ୍ଚି ନାରାୟଣ ଜଗତ,ଆଇଆଇସି ସୁଜ୍ଞାନି ସାହୁଙ୍କ ଉପସ୍ଥିତିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା।ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଗୁରେଶ୍ଵର ଭୋଇ,ତହସିଲଦାର ନିର୍ମଳ କୁମାର୍ ନାୟକ,ପୂର୍ବତନ ସାଂସଦ ଝିନ ହିକକା,ଆଇନଜୀବୀ ଅଭି ମନ୍ୟୁ ସାହୁ,ପ୍ରଭାକର ରାଓ,ସତ୍ୟବାଦୀ ମହାପାତ୍ର,ସତ୍ୟ ଖରା,ଦିଲୀପ ବିଡିକା, ନଳ କୁଲଦୀପ, କମଳ ବିଶୋଇ,ବରୁଣ ଖରା,ସଂଗ୍ରାମ ବେହେରା, ବିଦ୍ୟୁତ୍ ପ୍ରଭା ଖରା,କପିଳ ସାହୁ, ସଂଜିତ୍ କୁମାର୍ ତୁରୁକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *