ୱେବ ଚ୍ୟାନେଲ ଯାଜପୁର ନୁ୍ୟଜର ଦ୍ୱିତୀୟ ସ୍ୱନକ୍ଷତ୍ର ଦିବସ

ଯାଜପୁର, ୨୫/୧୨/୨୦୨୩ (ଓଡ଼ିଶା ସମାଚାର)- ଗଣତାନ୍ତ୍ରୀକ ରାଷ୍ଟ୍ରରେ ଗଣମାଧ୍ୟମର ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏବେ ଚାପଗ୍ରସ୍ତ ହୋଇ ମୁଖ୍ୟଧାରାର ଗଣମାଧ୍ୟମ ଗୁଡିକ ପ୍ରକୃତ ସତ୍ୟ ଓ ତଥ୍ୟକୁ ଲୋକଲୋଚନକୁ ଆଣୁନଥିବା ବେଳେ ସାମାଜିକ ଗଣମାଧ୍ୟମ ଗୁଡିକ ଅନେକ ଲୁକାୟିତ ତଥ୍ୟକୁ ସାମ୍ନାକୁ ଆଣୁଛନ୍ତି । ଅନେକ ଅପ୍ରାସଂଗିକ ଖବରକୁ ଦିନ ରାତି ଚଲାଇ ଦର୍ଶକ ମାନଙ୍କ ସମୟ ନଷ୍ଟ କରୁଛନ୍ତି ବୋଲି ୱେବ ଚ୍ୟାନେଲ ଯାଜପୁର ନୁ୍ୟଜ ର ୨ୟ ସ୍ୱନକ୍ଷତ୍ର ଦିବସ ଅବସରରେ ଉଦଘାଟକ ଭାବେ ଯୋଗ ଦେଇ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ ଉପରୋକ୍ତ ବକ୍ତବ୍ୟ ପ୍ରକାଶ କରିଛନ୍ତି । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ସାମ୍ବାଦିକ ଶରତ ଚନ୍ଦ୍ର ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗ ଦେଇ ମୂଲ୍ୟବୋଧଭିତିକ ସାମ୍ବାଦିକତା ସଂପର୍କରେ ସୁ ଦୀର୍ଘ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ,ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ,ଷ୍ଟେଟ ୟୁନିୟନ ଅପଂ ଜର୍ଣ୍ଣାଲିଷ୍ଟ ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ,ଯାଜପୁର ନୁ୍ୟଜର ମୁଖ୍ୟ ବିରଂଚି ଦାସ ପ୍ରମୁଖ ଯୋଗ ଦେଇ ଯାଜପୁର ନୁ୍ୟଜର ୨ ବର୍ଷର ସପଂଳ ଯାତ୍ରା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ଏବଂ ଯୁବ ସାମ୍ବାଦିକ ସନ୍ଦୀପ୍ତ ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯାଜପୁର ନୁ୍ୟଜର ପ୍ରତିନିଧି ଚିନ୍ମୟ ନାୟକ,ସ୍ନେହାଂଶୁ ମହାନ୍ତି,ବସନ୍ତ ପଲେଇ,ଆଲୋକ ପହୀ,ଆଶୁତୋଷ ବଳ,ଶ୍ରୀକାନ୍ତ ମହାପାତ୍ର,ପାର୍ଥ ସାରଥି ବାରିକ,ପ୍ରତୁ୍ୟଷ ନାୟକ ଏବଂ ଅଶୋକ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ପ୍ରତିନିଧି ଭାବେ ସୋନାଲିକା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅନ୍ୱେଷଣ ଥିଏଟର ଗୃପର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ଗାନ କରାଯାଇଥିବା ବେଳେ ପଣ୍ଡିତ ହୃଷିକେଶ ପତି ସ୍ତୋତ୍ର ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *