କଟକ,୨୭/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ଯୁବ ସମାଜସେବୀ ଦେବାଶିଷ ଲେଙ୍କାଙ୍କ ମାତା ଲକ୍ଷ୍ମୀପ୍ରିୟା ଲେଙ୍କା (୭୮)ଙ୍କ ର ପରଲୋକ ଘଟିଛି । ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ରବଧୂ ଶୁଭଲକ୍ଷ୍ମୀ ଲେଙ୍କା,ଝିଅ ଅନ୍ନପୂର୍ଣ୍ଣା ସାହୁ,ନମିତା ବେହେରା,କାଦମ୍ବିନୀ ମହାନ୍ତି,କଲ୍ପନା ରାଉତ,ଜ୍ୱାଇଁ ଅକ୍ଷୟ ସାହୁ,ମହେଶ ବେହେରା,ଦୂର୍ଗା ପ୍ରସାଦ ମହାନ୍ତି,କମଳକାନ୍ତ ରାଉତ,ନାତି ନାତୁଣୀ ଚିନ୍ମୟୀ, ବିନାୟକ, ବର୍ଷା, ସୋନି, ଗୁଡି, ଘୁଙ୍ଗୁର, ରୋହନ, ପିଙ୍କି,ରିଙ୍କି ପ୍ରମୁଖ ଉପସ୍ଥିତ ଥିଲେ ।
ଜ୍ୟେଷ୍ଠପୁତ୍ର ଦେବାଶିଷ ମୁଖଗ୍ନୀ ଦେଇଥିଲା ବେଳେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କ ବିୟୋଗରେ କନିଷ୍ଠ ଭ୍ରାତା ଶିକ୍ଷାବିତ୍ ବିଜୟ ରାମ ବେଉରା,ଜ୍ୟେଷ୍ଠ ଭଗ୍ନୀ ବରିଷ୍ଠ ନିର୍ମଳା ରାଉତରାୟ,ପୁତୁରା ସୁରେଶ ଚନ୍ଦ୍ର ବେଉରା,ପୁତୁରା ତଥା ସରସ୍ବତୀ କଳା ପରିଷଦ କନ୍ଦରପୁର ସହ ସମ୍ପାଦକ ସମାଜସେବୀ ଇଂ.ସେବକ ଶ୍ରୀକାନ୍ତ,ରଂଜିତ ଲେଙ୍କା,ପବିତ୍ର ଲେଙ୍କା,ସମୀର ଲେଙ୍କା,ବିଶ୍ୱଜିତ ଲେଙ୍କା,ଅଜୟ ଲେଙ୍କା,ଶରତ ଲେଙ୍କା,ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସଦଗତି କାମନା କରିଛନ୍ତି ।
ସ୍ବର୍ଗତା ଲକ୍ଷ୍ମୀପ୍ରିୟା ଲେଙ୍କା କଟକ ଜିଲ୍ଲା ନୂଆବଜାର ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ନିବାସୀ ସ୍ଵର୍ଗତ ବଂଶୀଧର ଲେଙ୍କାଙ୍କ ଧର୍ମପତ୍ନୀ,୪୨ ମୌଜା ବରାଳ ଗ୍ରାମର ପୂର୍ବତନ ଅଧିକାରୀ ସ୍ୱର୍ଗତ ପରମାନନ୍ଦ ବେଉରାଙ୍କ ଚତୁର୍ଥ କନ୍ୟା ଏବଂ ବୟାଳିଶମୌଜା ଶାନ୍ତି କମିଟିର ପୂର୍ବତନ ସଭାପତି ଗାନ୍ଧୀବାଦୀ ସ୍ୱର୍ଗତ କୈଳାସ ଚଂଦ୍ର ବେଉରାଙ୍କ ଭଗ୍ନୀ ଅଟନ୍ତି ।ସୂଚନାଯୋଗ୍ୟ ସେ ଜଣେ ପରୋପକାରୀ, ମେଳାପି, ମିଷ୍ଟଭାଷୀ, ବଂଧୁ ବତ୍ସଳ, ସ୍ନେହୀ, ଶାସ୍ତ୍ର ଜ୍ଞନୀ ମହିଳା ଭାବେ ପରିଚିତ ଥିଲେ ।
