ଭୁବନେଶ୍ୱର,୦୧/୧୨/୨୦୨୪(ଓଡ଼ିଶା ସମାଚାର)-୧୯୭୫ ମସିହାରେ ପ୍ରତିଷ୍ଠିତ “ଇଂଟରନ୍ୟାସନାଲ୍ ଥିଏଟର” (ଇଟ୍) ସଂସ୍ଥା ୫୦ ବର୍ଷ ପୂର୍ତି ଲାଗି ବିଭିନ୍ନ ନାଟ୍ୟ କାର୍ଯ୍ୟକ୍ରମ ଆଗକୁ ବର୍ଷ ବ୍ୟାପୀ ଯୋଜନା କରିଛି । ଏହି ଉଦ୍ଧେଶ୍ୟରେ ଆଜି ସକାଳ ୧୦ଟାରେ ଭୁବନେଶ୍ୱରସ୍ଥିତ ବୁଲନ୍ ଭାଇ ସେବା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତହୋଇଥିଲା । ଏଥିରେ ଅନୁଷ୍ଠାନର କର୍ମକର୍ତା ଭାଗ ନେଇଥିଲେ । ପ୍ରଥମ କାର୍ଯ୍ୟକ୍ରମ ଭାବେ ଏକ ସୁବର୍ଣ୍ଣ ଜୟନ୍ତୀ ଜାତୀୟ ନାଟ୍ୟ ପର୍ବ ଆସନ୍ତା ଡିସେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ଘ.୬.୩୦ମିନିଟ୍ ରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଉଛି । ଭାରତର ବିଭିନ୍ନ ସ୍ଥାନରୁ ପ୍ରସିଦ୍ଧ ନାଟ୍ୟଦଳ ଏଥିରେ ଭାଗ ନେଉଛନ୍ତି । ପ୍ରଥମ ସନ୍ଧ୍ୟାରେ ‘ହା ଜା ବା ରା ଲା’, କୋଲକାତା ବେଙ୍ଗଲୀ ନାଟକ ‘ଅନିକେତ୍ ସନ୍ଧ୍ୟା’, ଦ୍ୱିତୀୟ ସନ୍ଧ୍ୟାରେ ‘ଅମିତ ପରିଚୟ’, କୋଲକାତା ବେଙ୍ଗଲୀ ନାଟକ ‘ସାବିତ୍ରୀବାଈ ଫୁଲେ’, ତୃତୀୟ ସନ୍ଧ୍ୟାରେ ‘ଲୁ’ ପଦମ୍ ପୁର ସମ୍ବଲପୁରୀ ନାଟକ ‘ରଙ୍ଗଭୂମି’ ଓ ଚତୁର୍ଥ ସନ୍ଧ୍ୟାରେ ବି.କେ.ଏ. ଲକ୍ଷ୍ନୌ ଭରତେନ୍ଦୁ ନାଟ୍ୟ ଏକାଡେମୀ ହିନ୍ଦୀ ନାଟକ ‘ନିର୍ମାଣ ସେ ନିର୍ବାଣତକ’ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିବସ ୩ ତାରିଖରେ ଏକ ଜାତୀୟ ନାଟ୍ୟ ଆଲୋଚନା ଚକ୍ର ଦିନ ୧୦ ଘଟିକା ସମୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଛି ।