କଟକ ସଦର , ୨୫/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବ୍ରାହ୍ମଣ ମହାସଂଘ ଓଡ଼ିଶା ଆନୁକୁଲ୍ୟରେ କଟକ ଜିଲ୍ଲା ଶାଖା ପକ୍ଷରୁ ଜଗତପୁର ପିରଵଜାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ସାଧାରଣ ଅଧିବେଶନ ଉଦଯାପିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏକ ହଜାରରୁ ଉର୍ଦ୍ଧ୍ଵ ବ୍ରାହ୍ମଣ ମାନଙ୍କ ସମେତ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,
ପ୍ରଫେସର ମହେଶ୍ବର ପଣ୍ଡା, ଶିକ୍ଷାବିତ ଧନଞ୍ଜୟ ମହାପାତ୍ର, ରାଜ୍ୟ ପ୍ରଭାରୀ ଇଂ ଶ୍ରୀନିବାସ ଦାଶ, ରାଜ୍ୟ ସଭାପତି ଚିତ୍ତରଞ୍ଜନ ମିଶ୍ର,ସହ ସଂପାଦକ ଇଂ ଜୀତେଶ ଦାଶ, କାର୍ଯ୍ୟକାରୀ ସଭାପତି ପ୍ରଶନ୍ନ ଦାଶ, କାର୍ଯ୍ୟକାରୀ ସଂପାଦକ ଡ଼ଃ ପଞ୍ଚାନନ ସୁନ୍ଦର ପାଣି, କୋଷାଧ୍ୟକ୍ଷ ସରୋଜ କୁମାର ଦାଶ, ସଂଯୋଜକ ପ୍ରିୟବ୍ରତ ଶତପଥୀ, କଟକ ଜିଲ୍ଲା ସଭାପତି ହୃଦାନନ୍ଦ ହୋତା, ଉତ୍ସବ କମିଟି ସଭାପତି ହୃଷିକେଶ ନନା, ସମୀକ୍ଷକ ପ୍ରଫୁଲ୍ଲ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ସଂଘକୁ ବଳିଷ୍ଠ ଓ କ୍ରିୟାଶୀଳ କରିବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
ବ୍ରାହ୍ମଣ ମହାସଂଘ ଓଡ଼ିଶାର ସାଧାରଣ ଅଧିବେଶନ ଉଦଯାପିତ
