ଭୁବନ ୧୯/୦୧/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଅକ୍ଷୟ ନାୟକଙ୍କ ପୁଅ ଅଜିତ୍ ନାୟକ (୨୫) ସୁଦୂର ପୋଲାଭରମ୍ ରେ ସମ୍ପର୍କୀୟ ଭାଇ ବାପି ନାୟକ ପାଖରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଦୁଇଭାଇ ମିଶି ପୋଲାଭରମରୁ ଘରକୁ ଫେରୁଥିଲେ । ଢେଙ୍କାନାଳ ରୁ ବସ୍ ଯୋଗେ କାମାକ୍ଷାନଗର ବସଷ୍ଟାଣ୍ଡ ରେ ପହଞ୍ଚିଥିଲେ ।
ଅଜିତ୍ ନାୟକଙ୍କୁ ଭୋକ ଲାଗିବାରୁ ଭାଇ ବାପି ନାୟକଙ୍କୁ ଖାଇବା ପାଇଁ କହିଲେ ଏବଂ ସଙ୍ଗେ ସଙ୍ଗେ ଯାଇ ଖାଇବା ଆଣି ଆସିଲା ବେଳକୁ କୁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ଉଚ୍ଚତା ୫’୬,କଲର ଗୋରା, କଳା ପ୍ୟାଣ୍ଟ ଓ ୱାଇଟିବ୍ଲାକ ଗଞ୍ଜି ପିନ୍ଧିଥିଲେ। ଯଦି କେହି ସହୃଦୟ ବ୍ୟକ୍ତି ଅଜିତ୍ ଙ୍କୁ ଠାବ କରିପାରିଲେ ତେବେ ତୁରନ୍ତ ୮୭୬୩୩୮୪୩୦୨ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
କାମାକ୍ଷାନଗର ବସଷ୍ଟାଣ୍ଡ ରୁ ଯୁବକ ନିଖୋଜ
