କେନ୍ଦ୍ରାପଡ଼ା, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ବଜ୍ରମହାକାଳୀ ପଂଚାୟତ ହାଇସ୍କୁଲର ୧୯୯୫ ବ୍ୟାଚର ଏକ ବନ୍ଧୁମିଳନ ଉତ୍ସବ ଜୟକୃଷ୍ଣପୁର ମାଳବଣ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଐସୂର୍ଯ୍ୟରଞ୍ଜନ ଜେନା, ସ୍ମୃତିରଞ୍ଜନ ଧଳ, ସୁଲେଖ ସାହୁ, ପ୍ରତାପ ମଲ୍ଲିକ, ସୁନିତା ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇ ପୁରୁଣା ଦିନର ସେହି ଅଭୁଲା ସ୍ମୃତିକୁ ରୋମନ୍ଥନ କରିବା ସହ ନିଜ ନିଜ ମଧ୍ୟରେ ବାକ୍ୟ ବିନିମୟରେ ମଜ୍ଜିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ମଲିକ, ସୁମନ୍ତ ବିଶ୍ୱାଳ, ସୁରେଶ ସାହୁ, ନନ୍ଦନ ମଲିକ, ସୁସାନ୍ତ ମଲିକ, ଭାବଗ୍ରାହୀ ବାରିକ, କିଶୋର ମହାରଣା, କୃପାସିନ୍ଧୁ ମିଶ୍ର, ଜଗନ୍ନାଥ ପୃଷ୍ଟି, ମାନସ, ସୀମାରାଣୀ ସ୍ୱାଇଁ, ଅବନ୍ତୀ ସାମଲ, ସୁଜାତା ସାମଲ, ସୁଜାତା ପରିଡା, ବର୍ଷାରାଣୀ ପରିଡା, ସରସ୍ୱତୀ ସାହୁ, ହେମଲତା ସାହୁ, ମମତା ରାଉତ ପ୍ରମୁଖ ଏହି ବନ୍ଧୁମିଳନ ଉତ୍ସବରେ ଉପସ୍ଥିତ ଥିଲେ ।
ବଜ୍ରମହାକାଳୀ ପଂଚାୟତ ହାଇସ୍କୁଲର ୧୯୯୫ବ୍ୟାଚର ବନ୍ଧୁମିଳନ
