ଚୈ।ଦ୍ୱ।ର ଜେଲ୍ ରୁ ଚମ୍ପଟ ମାରିଥିବା କଏଦୀ କୁ ବୃନ୍ଦାବନ ରୁ ଵାନ୍ଧିଲା ପୋଲିସ 

କଟକ ସଦର,୧୪/୦୨/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ ଅକ୍ଟୋବର ମାସରେ ସୁରକ୍ଷା ବଳୟକୁ ଚ୍ୟାଲେଞ୍ଜ କରି ଦଶହରା ଉତ୍ସବ ପାଳନ ସମୟରେ ଚୈ।ଦ୍ୱ।ର ଜେଲ୍ ରୁ ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ମଧ୍ୟରୁ ଜଣକୁ ଉତ୍ତର ପ୍ରଦେଶର ବୃନ୍ଦାବନ ମଠରୁ

ଘଟଣାର ୫ ମାସ ପରେ କଟକ କମିଶନରେଟ ପୋଲିସ ଗିରଫ କରିଥିବା ଡିଜିପି ଙ୍କ ସୂତ୍ରରୁ ଜଣାପଡିଛି। ଚମ୍ପଟ ମାରିଥିବା ଦୁଇ କଏଦୀଙ୍କ ପାଇଁ କମିଶନରେଟ ପୋଲିସ ଆଖିରୁ ନିଦ ହଜିଯାଇଥିବା ବେଳେ ସେହି ଦିନଠାରୁ ପୋଲିସ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଡେରା ପକାଇ ଛାନଭିନ ଚଳାଇଥିବା ଜଣାପଡିଛି।ଅନ୍ୟ ଜଣକୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *