କଟକ ସଦର , ୨୭/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଶିର୍ଲୋ ଵରହମପୁର ଆଞ୍ଚଳିକ ବୋଇତ ବନ୍ଦାଣ କମିଟି ପକ୍ଷରୁ ପ୍ରତିବର୍ଷ ପରି ଆଜି ସୋମବାର ମହାକାର୍ତ୍ତିକ ଦିଵସରେ ମହାନଦୀ ବାଲୁକା ଶଯ୍ୟାରେ ଅବସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ୩୧ ତମ ବୋଇତ ବନ୍ଦାଣ ଉତ୍ସବ ଓ ଶ୍ରୀମଦ ଭଗବତ କଥା ମହୋତ୍ସବ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ କାଳରେ ହୋମ ଯଜ୍ଞ କରାଯାଇ ସୁସଜ୍ଜିତ ଵୋଇତ ବନ୍ଦାଣ କରାଯାଇ ମହାନଦୀରେ ଭସାଣ କରାଯାଇଥିଲା। ଉକ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ଵିଜେପି ତାରକା ପ୍ରଚାରକ ହରିହର ମହାପାତ୍ର,ସିନେ ତାରକା ମିଟୁ ମିଥୁନ, ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦର ଵିଜେପି ଯୁବ ନେତା ପ୍ରକାଶ ଚନ୍ଦ୍ର ସେଠୀ,ତନ୍ମୟ ଦାସ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଅତୀତର ନୈ। ବାଣୀଜ୍ୟ ଓ ଆଜିର ଵୋଇତ ବନ୍ଦାଣ ଓ ଭସାଣର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ସାହୁ, ଗୋକୁଳ ପ୍ରଧାନ, ସଂଜୟ ସାହୁ,ରାଜନ ମହାନ୍ତି, ସନ୍ତୋଷ ଭୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ ପରିଚାଳନାରେ କମିଟିର ସଭାପତି ଗନ୍ଧର୍ବ ଆଚାର୍ଯ୍ୟ, ରଘୁନାଥ ଚୈ।ଧୁରୀ, ପ୍ରଦୋଷ ଚୈ।ଧୁରୀ,ମାନସ ଆଚାର୍ଯ୍ୟ,ଵାପିନା ଭୋଇ, ସମୀର ଭୋଇ ପ୍ରମୁଖ ସହାୟତା କରିଥିଲେ।