ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା ।

ଯାଜପୁର ୧୩/୦୮/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ସହର ଅର୍ନ୍ତଗତ ବିଡି ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ସଭା ପ୍ରାଧିକରଣର ସଚୀବ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ କୁମାରସେନ୍ ସେନାପତି, ଜିଲ୍ଲା  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝି ଓ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ ବିଦ୍ୟାଳୟ ରେ ଗଢା ଯାଇଥିବା ଲିଗାଲ୍ ଲିଟ୍ରେସି କ୍ଲବ ର କାର୍ଯ୍ୟକ୍ରମ ସହିତ ଅଧାଗଢ଼ା ଅବସ୍ଥା ରେ  କେତେକ ବିଦ୍ୟାର୍ଥୀ ବିଦ୍ୟାଳୟ ଛାଡି ପଳାଉଥିବା କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁପ୍ରଭା ନାୟକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଲିଗାଲ୍ ଲିଟ୍ରେସି କ୍ଲବ ର ଭାରପ୍ରାପ୍ତ ଶିକ୍ଷକ ଓ ସଦସ୍ୟ ଛାତ୍ରଛାତ୍ରୀ ମାନଙ୍କ ସମେତ ଅନ୍ୟ ବିଦ୍ୟାର୍ଥୀ ଏବଂ ଶିକ୍ଷକ ଶିକ୍ଷାକର୍ମୀ ମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ଓ ବିଦ୍ୟାଳୟ ର କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *