ବର୍ଷିଆନ୍ ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା, ୧୯/୦୧/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅଧିନ ଓସ୍ତପୁର ପଂଚାୟତ ଅନ୍ତର୍ଗତ କୁଶଳପୁର ଗ୍ରାମର ବର୍ଷିଆନ ସମାଜସେବୀ ଜିରା ଦେଇଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ପୃଥିରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅଭିନେତା ତୁଷାରକାନ୍ତ ଘୋଷ ଯୋଗଦେଇ ସ୍ୱର୍ଗତା ଜିରା ଦେଇଙ୍କ ସମାଜ ପ୍ରତି ଥିବା ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସମାଜସେବୀ ନିରଞ୍ଜନ ପରିଡ଼ା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ଫକୀର ଚରଣ ଖଟୁଆ ଯୋଗଦେଇ କହିଲେ ସ୍ୱର୍ଗତା ଜିରାଦେଇ ଜଣେ ଆଦର୍ଶ ମହିଳା ଥିଲେ । ମୋ ଗାଁ ମୋ ସଂସ୍କୃତି ପରିବାର ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପ୍ରଦୁ୍ୟମ୍ନ କୁମାର ଜେନା, ପରମେଶ୍ୱର ସ୍ୱାଇଁ, ଅଭିନେତା ପ୍ରକାଶ ସ୍ୱାଇଁ, ଅଶୋକ ରାଉତ, ପ୍ରଶାନ୍ତ ସାମଲ, ସମ୍ବିତ ରାଉତ, ଶେଖର ବେହେରା, ଅଜୟ ନାୟକ, ସୁବ୍ରତ ମହାନ୍ତି, ନିତ୍ୟାନନ୍ଦ ସ୍ୱାଇଁ, ନରୋତମ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *