୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ

ଭୁବନେଶ୍ୱର,୧୫/୧୦/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-  ଓଙ୍ଗÿିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ୧୮ତାରିଖରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଏଥିପାଇଁ ଓଡ଼ିଶା ଲୋକଭବନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୮ତାରିଖ ପୂର୍ବାହ୍ନ ୧୧ଟାରେ ଲୋକଭବନର ନୂଆ ଅଭିଷେକ ହଲ୍ରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ । ଏହି କାର୍ଯ୍ୟକ୍ରମରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ, ବିଧାୟକଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ଶପଥ ଗ୍ରହଣ କରିବା ପରେ ପୁରୀ ଗସ୍ତରେ ଯିବେ । ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ପୁରୀ ଲୋକ ଭବନରେ କିଛି ସମୟ ବିତାଇବାର କାର୍ଯ୍ୟକ୍ରମ ରହିଥିବା ଓଡ଼ିଶା ଲୋକଭବନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *