ପାଳଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ବିସିଜେଡି ବିଜୟ।

​ପାଳଲହଡ଼ା,୧୫/୧୦/୨୦୨୬(ଓଡ଼ିଶା ସମାଚାର)-ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସ୍ଥିତ ମାଲ୍ୟଗିରି ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୦୨୬-୨୭ରେ ବିଜୁ ଛାତ୍ର ଜନତା ଦଳ ବିପୁଳ ବିଜୟ ହାସଲ କରିଛି। ସମସ୍ତ ପ୍ରମୁଖ ପଦବୀକୁ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ନିଜ କବଜାକୁ ନେଇଛନ୍ତି।

କଲେଜ ଅଧ୍ୟକ୍ଷାଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସଭାପତି ଭାବେ ଲକ୍ଷ୍ମଣ ମୁଣ୍ଡା (ପ୍ରଥମ ବର୍ଷ କଳା) ବିପୁଳ ଭୋଟରେ ବିଜୟୀ ହୋଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ଲକ୍ଷ୍ମୀପ୍ରିୟା ପ୍ରଧାନ (ପ୍ରଥମ ବର୍ଷ ବିଜ୍ଞାନ) ଏବଂ କ୍ରୀଡ଼ାସମ୍ପାଦିକା ଭାବେ ଶ୍ରୁତି ସେଠୀ (ପ୍ରଥମ ବର୍ଷ ବିଜ୍ଞାନ) ବିଜୟୀ ହୋଇଛନ୍ତି।ଏହି କ୍ଲିନ୍ ସୁଇପ୍ ପରେ କଲେଜ କ୍ୟାମ୍ପସ ରେ ବିସିଜେଡି କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। କର୍ମୀମାନେ ରଙ୍ଗ-ଅବିର ବୋଳି ବାଣ ଫୁଟାଇ ଏହି ବିଜୟର ଉତ୍ସବ ପାଳନ କରିଥିବା ବେଳେ ପୂର୍ବତନ ପାଳଲହଡା ବିଧାୟକ ମୁକେଶ ପାଲ ସମସ୍ତ ବିଜେତା ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଛାତ୍ର ସଂସଦ ନିର୍ବାଚନ ରେ ସହଯୋଗ କରି ବିଜୁ ଛାତ୍ର ଜନତା ଦଳ କୁ ଜିତାଇଥିବା ରୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *