“ଲେପ୍ରୋସି ମୁକ୍ତ ଭାରତ” ବିଷୟରେ କାର୍ଯ୍ୟଶାଳା ଆୟୋଜିତ

ଭୁବନେଶ୍ୱର,୧୩/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- VISWASS ଠାରେ ସାସାକାୱା (Sasa Kawa) ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ ଦ୍ୱାରା “ଲେପ୍ରୋସି ମୁକ୍ତ ଭାରତ” ବିଷୟରେ ଏକ କାର୍ଯ୍ୟଶାଳା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଲେପ୍ରୋସି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି, ଶୀଘ୍ର ଚିହ୍ନଟ, ସଠିକ୍ ଚିକିତ୍ସା ଏବଂ ରୋଗ ସମ୍ପର୍କିତ ଅପବାଦ ଦୂର କରିବା।

ଶ୍ରୀ ପ୍ରମିତ୍ ନାଗ, ଆଞ୍ଚଳିକ ପ୍ରବନ୍ଧକ, ସାସାକାୱା ଇଣ୍ଡିଆ ଲେପ୍ରୋସି ଫାଉଣ୍ଡେସନ, ସଭାକୁ ସମ୍ବୋଧନ କରି ଭାରତରେ ଲେପ୍ରୋସି ରୋଗର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଏକ ତଥ୍ୟବହୁଳ ଆଲୋଚନା କରିଥିଲେ। ସେ ଶୀଘ୍ର ରୋଗ ଚିହ୍ନଟ, ସମ୍ପୂର୍ଣ୍ଣ ଚିକିତ୍ସା ଓ ସକ୍ରିୟ ସମୁଦାୟ ଅଂଶଗ୍ରହଣ ଦ୍ୱାରା ଲେପ୍ରୋସି ମୁକ୍ତ ଭାରତ ଲକ୍ଷ୍ୟ ପ୍ରାପ୍ତିର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ଏହି କାର୍ଯ୍ୟଶାଳା VISWASS ର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଅତ୍ୟନ୍ତ ତଥ୍ୟପୂର୍ଣ୍ଣ ଓ ଲାଭଦାୟକ ସାବିତ ହୋଇଥିଲା। VISWASS କଲେଜ ଅଫ୍ ନର୍ସିଂର ପ୍ରଧାନାଚାର୍ଯ୍ୟା ପ୍ରଫେସର ସତ୍ୟଭାମା ମିଶ୍ର ଙ୍କ  ଦ୍ୱାରା   ଅତିଥି ମାନଙ୍କୁ  ସମ୍ମାନୀତ ଓ କୃତଜ୍ଞତା ଜ୍ଞାପନ  କରାଯାଇଥିଲା ।

Leave a Reply

Your email address will not be published. Required fields are marked *