ଧାମରା ସଂଘର  ବିଭନ୍ନ ପ୍ରତିଯୋଗିତା

ରାଉରକେଲା,୨୬/୧୨/୨୦୨୪(ଓଡ଼ିଶା ସମାଚାର/ସସ୍ମିତା ପ୍ରଧାନ)-ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଧାମରା ସଂଘରେ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉଦ୍ଘାଟକ ଭାବେ ଯୋଗଦାନ  କରି ଉପସ୍ଥିତ ପିଲାମାନଙ୍କୁ ଆଶିର୍ବଚନିକା ପ୍ରଦାନ କରି କହିଲେ ପିତାମାତା ହେଉଛନ୍ତି ସମସ୍ତଙ୍କର ପ୍ରଥମ ଗୁରୁ, ତେଣୁ ପ୍ରତିଦିନ ସକାଳୁ ପିତାମାତାଙ୍କୁ ହିଁ ସଭକ୍ତି ପ୍ରଣାମ କରିବା ଉଚିତ୍ । ଧାମରା ସଂଘର ଏଭଳି କାର୍ୟ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ସଂଘର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ବରେଣ୍ୟ ଅତିଥି ବିଜୁ ଜନତା ଦଳର ଉପସଭାପତି ଜୟନ୍ତ କୁମାର ମିଶ୍ର ଏତେ ସଂଖ୍ୟକ ପ୍ରିତିଯୋଗୀଙ୍କୁ ଦେଖି ଆଶ୍ଚର୍ୟ୍ୟପ୍ରକଟ କରିବା ସହିତ କହିଲେ ସାହିତ୍ୟ ,ସଂସ୍କୃତି ,ସମାଜିକ କ୍ଷେତ୍ରରେ ଧାମରା ସଂଘର ଅବଦାନ ରାଉରକେଲା ପାଇଁ ସର୍ବଦା ଅବିସ୍ମରଣିୟ । ପ୍ରାରମ୍ଭରେ ସଂଘର ଉପ ସଭାପତି ନିତ୍ୟାନନ୍ଦ ବିଶ୍ବାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂଘର ସଂପାଦକ ରମାକାନ୍ତ ପରିଡା  ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ୯୨ ଜଣ ନ୍ରୁତ୍ୟରେ , ସଂଗୀତରେ ୪୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଗୁରୁ ତପସ୍ବିନୀ ପତି,ରୀନାରାଣୀ ସ୍ବାଇଁ, ଜ୍ୟୋତିର୍ମୟ ଆଚାର୍ୟ୍ୟ,ରେଣୁବାଳା ପରିଡା,ପ୍ରମିତା ମହାପାତ୍ର,ଦେବେନ୍ଦ୍ର ପଲେଇ ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ରାଉତ,ଅମୂଲ୍ୟ ସେଠୀ,ସୂର୍ୟ୍ୟମଣି ପଣ୍ଡା,ନିରୁପମା ନାୟକ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଂଘର ସାହିତ୍ୟ ସଂପାଦିକା ନିରୁପମା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *