ହିନ୍ଦୋଳ ୨୬/୧୨/୨୦୨୪ (ଓଡ଼ିଶା ସମାଚାର)- ସାରା ଓଡ଼ିଶାରେ ଧୁମଧାମରେ ବିଜୁଜନତାଦଳ ପାଳନ କରୁଛି ୨୮ତମ ପ୍ରତିଷ୍ଠା ଦିବସ। ଦଳ ସଭାପତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ମହେଶ ସାହୁଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ଥିତ ସତମାଇଲ ହାଟ ପଡିଆ ଠାରେ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଓଡାପଡା ବ୍ଲକ ବିଜେଡି ସଭାପତି ଚିତ୍ତରଞ୍ଜନ ନାଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ହିନ୍ଦୋଳର ଜନନେତା ପୂର୍ବତନ ସାଂସଦ ସିଧାସଳଖ ସରକାରଙ୍କ ଉପରେ ବର୍ଷିବା ସହ ସମାଲୋଚନା କରି କହିଛନ୍ତି ଭତ୍ତା, ବିଜୁଳି, ଶୀତଳଭଣ୍ଡାର, ଧାନର ସର୍ବନିମ୍ନ ମୂଲ୍ୟ, ଦରଦାମ ନିୟନ୍ତ୍ରଣ ଇତ୍ୟାଦି ପ୍ରତିସୃତି ପାଳନ ନକରି ମିଥ୍ୟା ପ୍ରତିଶୃତି ପ୍ରଲୋଭନ ଦେଖାଇ ଆସିଥିବା ସରକାର ଜନସାଧାରଣଙ୍କୁ ଠକିବା ସହ ପ୍ରତାରଣା କରୁଛନ୍ତି। ତେବେ ବିଜୁଜନତାଦଳ ଏହାର ରାଜ୍ୟବ୍ୟାପି ପ୍ରତିବାଦ କରିବାସହ ରଙ୍ଗବଦଳାଇବାରେ ବିଶ୍ୱାସ କରୁଥିବା ସରକାରଙ୍କ ଅପାରଗତାକୁ ଜନସାଧାରଣଙ୍କ ପାଖକୁ ନେବାସହ ଜନତାଙ୍କ ହକପାଇଁ ଲଢେଇ ଜାରି ରଖିବ ଏବଂ ନବୀନ ପଟ୍ଟନାୟକଙ୍କ ପରିଶ୍ରମ ଓ ସ୍ବପ୍ନକୁ ବ୍ୟର୍ଥ ହେବାକୁ ଦେବନି। ଶହଶହ ସଂଖ୍ୟାରେ ସ୍ୱତଃପ୍ରବୃତ୍ତ ଭାବରେ ଯୋଗଦେଇଥିବା ଆଜିର ଏହି ଜନସଭା ତଥା ପ୍ରତିଷ୍ଠା ଦିବସରେ ଯୋଗଦେଇଥିବା ନେତୃମଣ୍ଡଳୀ ନିଜନିଜ ଓଜସ୍ୱନି ଅଭିଭାଷଣରେ ବିଜେଡି ର ଆଭିମୁଖ୍ୟ, ପ୍ରତିଷ୍ଠାର ଉଧେଶ୍ୟ ତଥା ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କ ସେବାପାଇଁ ନବୀନ ଓ ବିଜେଡି ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି।
ଏହି ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ସଭ୍ୟସଂଗ୍ରହ କୋର୍ଡିନେଟର ସଂଯୁକ୍ତା ବେହେରା,ଜିଲ୍ଲାପରିଷଦ ସଭ୍ୟ ସୁମନ୍ତ ଦେହୁରୀ ଓ ମମାତାଞ୍ଜଳି ବେହେରା,ଓଡାପଡା ବ୍ଲକ ଅଧ୍ୟକ୍ଷl ସସ୍ମିତା ମହାନ୍ତି, ଉପାଧ୍ୟକ୍ଷ ଅମିତାଭ ସ୍ୱାଇଁ, ହିନ୍ଦୋଳ ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ରାଜ୍ୟ ଯୁବବିଜେଡି ସମ୍ପାଦକ ଦେବିପ୍ରସାଦ ପଟ୍ଟନାୟକଢେଙ୍କାନାଳ ଜିଲ୍ଲା ବିଜେଡି ସଂପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ଜିଲ୍ଲା ସମ୍ପାଦକ ବାବୁ ଭଞ୍ଜ,ଜିଲ୍ଲା ଉପସଭାପତି ନରୋତ୍ତମ ରାଉତ,ମହିଳା ସଭାପତି ଯୋଗମାୟା ଗଡ଼ନାୟକ, କାଉନସିଲର ସୁମତି ଦେହୁରୀଅନୁପମା ସାହୁ, ବିଜୟ ପ୍ରଧାନ, ଶୁଭଲଷ୍ମୀ ଦେହୁରୀ,ରିତାରାଣୀ ବେହେରା, ଦୁଦୁରକୁଟ ସରପଞ୍ଚ ମନୋଜ ବେହେରାପୂର୍ବତନ କଡଲା ସରପଞ୍ଚ ସନ୍ତୋଷ ଗଡ଼ନାୟକ,ବରିଷ୍ଠ ବିଜେଡି କାର୍ଯ୍ୟକର୍ତା ବିଜୟ ବେହେରା, କୈଳାଶ ବେହେରା,ଆଇଟି ସେଲ କୋର୍ଡିନେଟର ଶ୍ରୀକାନ୍ତ ମହାପାତ୍ର, ରମେଶ ସାହୁ, ଶୁଭେନ୍ଦୁ ଦାସ ପ୍ରମୁଖ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ ଆଜି ବିଜେଡି ପ୍ରତିଷ୍ଠା ଦିବସରେ ସରକାରଙ୍କ ପ୍ରତାରଣାର ଶିକାର ହୋଇଥିବା ୮୦ବର୍ଷୀୟ ବୃଦ୍ଧବୃଦ୍ଧା ମାନଙ୍କୁ ନିର୍ବାଚନମଣ୍ଡଳୀ ନେତା ମହେଶ ସାହୁ ଓ ବିଜେଡି କାର୍ଯ୍ୟକର୍ତ୍ତା ମାନେ ଉତ୍ତରୀୟ ଦେଇ ସମ୍ନାନିତ କରିବାସହ ସେମାନଙ୍କ ହକପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଆଶ୍ୱାସନା ଦେଇଥିଲେ ।
ହିନ୍ଦୋଳରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ
