କଟକ,୧୭/୦୩/୨୦୨୬(ଓଡିଶା ସମାଚାର / ଅଭୟ ଜେନା) ସାଇ ଡ୍ୟାନ୍ସଗୃପର ବାର୍ଷିକ ଉତ୍ସଵ ତିରଣପଦାଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଅଭିନେତା ମୁକ୍ତିକାନ୍ତ ମହାପାତ୍ର, ଅଭିନେତା ନିର୍ଦେଶକ ମନ ରୁଦ୍ର, ସାମ୍ବାଦିକ ପ୍ରଦୀପ୍ତ କୁମାର ଦାସ, ନିରଞ୍ଜନ ନିରୁଆ , ମାଷ୍ଟର ଵୁଲୁ,ନରେଶ ମହାନ୍ତି, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୂ ସମ୍ବୋଧିତ କରିଥିଲେ। ସର୍ବଶେଷରେ ଅନୂଷ୍ଠାନର ମୁଖ୍ୟ ମାଷ୍ଟର କାଳନ୍ଦୀ ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ମାଷ୍ଟର ସାଗର, ମାଷ୍ଟର ନାରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସାଇ ଡ୍ୟାନ୍ସ ଗୃପର ବାର୍ଷିକ ଉତ୍ସଵ ଅନୁଷ୍ଠିତ
