ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୬/୧୨/୨୦୨୪ (ଓଡ଼ିଶା ସମାଚାର)- ଭାରତର  ପୂର୍ବତନ ପ୍ରଧାନମନ୍ତ୍ରୀ, ଓ ଅର୍ଥନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦିଲ୍ଲୀ ଏମ୍‌‌ସର ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ଅଚାନକ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍‌‌ସକୁ ନିଆଯାଇଥିଲା ଏବଂ ସେଠାରେ ଜରୁରୀକାଳୀନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଥିବା ନେଇ ଏମ୍‌‌ସ ତରଫରୁ ବୁଲେଟିନ ଜାରି କରାଯାଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ବୋଲି ଏମ୍‌‌ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *