କୋରୋ କୁତୁରଙ୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଲଟିଛି ମରଣଯନ୍ତା

କେନ୍ଦ୍ରାପଡ଼ା, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅଧିନ କୋରୋ ଗ୍ରାମପଂଚାୟତ ଅଧିନ ଗଇଦୁଆ, ପିଙ୍ଗଳ, ତନାର, ପାଳକଣା, କୋରୋ, ମିର୍ଜାପୁର ଗ୍ରାମର ଅଧିବାସୀମାନେ କୋର-କୁତରଙ୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ୪/୫ଗୋଟି ପଂଚାୟତର ମୁଖ୍ୟ ରାସ୍ତା ହୋଇଥିବାରୁ ସେହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡିମଟର ଯିବା ଆସିବା କରିଥାଏ । ଏହି ରାସ୍ତା ନିର୍ମାଣରେ ବାରମ୍ବାର ନିମ୍ନମାନର କାର୍ଯ୍ୟ କରାଯିବା ଦ୍ୱାରା କାର୍ଯ୍ୟ ଶେଷ ହେବାର ୭/୮ ମାସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ୍ଣ ଖାଲଖମାରେ ପରିଣତ  ହୋଇଥାଏ । ଯାହା ଫଳରେକି ସେହି ରାସ୍ତାରେ ଜନସାଧାରଣଙ୍କର ଗମନା ଗମନରେ ବହୁ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣା ଘଟିଥାଏ । କିନ୍ତୁ ସେହି ରାସ୍ତାର ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥାନ୍ତି । ଯଦି ଏବେ ମେଂଟାଲ ସର୍ଫେସିଂ ମାଧ୍ୟମରେ ସେହି ରାସ୍ତାରେ ଥିବା ଖାଲଖମା ଗୁଡିିକର ସମାନ ଲେବୁଲ ନକରାଯାଏ ଫେବର ମେସିନ୍ ପିଚୁ କରିବା ସମୟରେ ରାସ୍ତାର ପ୍ରତ୍ୟେକ ସ୍ଥାନରେ ସମାନ ପିଚୁ ରହିବ ନାହିଁ । ଫଳରେ ଖୁବ୍ ଶୀଘ ସେହି ରାସ୍ତାଟି ପୁନର୍ବାର ନଷ୍ଟ ହୋଇଯିବ । ସୁତରାଂ ସେହି ରାସ୍ତାଟି ବାରମ୍ବାର ନିର୍ମାଣ ବା ମରାମତି  ହେଉଥିଲେ ମଧ୍ୟ ଜନସାଧାରଣଙ୍କୁ କୈାଣସି ସୁଫଳ ମିଳୁନାହିଁ । ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ କୋରୋ ପଂଚାୟତ ସମିତି ସଭ୍ୟ ଜୀତେନ୍ଦ୍ର ରାଉତ, ଜଗବନ୍ଧୁ ବେହେରା, ଲକ୍ଷ୍ମୀକାନ୍ତ ନାୟକ, ପ୍ରକାଶ ମଲ୍ଲିକ, ମନୋଜ ବେହେରା, ବିକାଶ ଚନ୍ଦ୍ର ସାମଲ, ମଳୟ ସାହୁ, ଦିଲ୍ଲିପ କୁମାର ରାଉତ, ଅର୍ଜ୍ଜୁନୀ ଜେନା, ଟୁକୁନା ଜେନା,ଭକ୍ତି ପ୍ରସାଦ ପରିଡା, ଦେବବ୍ରତ ବରାଳ, ନିହାର ରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ବିଶ୍ୱାଳ, ଭରତ ମଲ୍ଲିକ, ସୁବାଷ ସ୍ୱାଇଁ ପ୍ରମୁଖ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *