ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ଶିବିର ଉଦଯାପିତ

ଭୁବନେଶ୍ୱର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଚାଲିଥିବା ଛଅ ଦିିବସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଅଛି । ଏହି ଶିବିରରେ ୧୦ଗୋଟି ବ୍ଲକ ଓ ଭୁବନେଶ୍ୱର ପୌରପାଳିକାରୁ ଆସିଥିବା ୯୯ ଜଣ ପ୍ରଶିକ୍ଷାର୍ଥୀ ଦୁଇଗୋଟି ଗ୍ରୁପ୍ ରେ ତାଲିମପ୍ରାପ୍ତ କରିଥିଲେ । ପ୍ରଶିକ୍ଷାର୍ଥୀମାନେ ତିନିଦିନିଆ ତାଲିମ ପାଇବା ପରେ ଜିଲାର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା କିଶୋରୀ ବାଳିକା ମାନଙ୍କୁ ବିଦ୍ୟାଳୟସ୍ତରରେ ୧୫ ଦିନିଆ ଆତ୍ମରକ୍ଷା କୌଶଳ ତାଲିମ ଦେବେ । ଏହି ତାଲିମ ମାଧ୍ୟମରେ ବାଳିକାମାନେ ଆତ୍ମସୁରକ୍ଷା କରିବାରେ ସମର୍ଥ ହେବେ ଓ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ନିଜର ସୁରକ୍ଷା କରିବା ପାଇଁ ପ୍ରୟାସ କରିବେ ।
ସମ୍ବଳ ଶିକ୍ଷୟିତ୍ରୀ ମାଲା ସିହ୍ନା, ମିନତୀ ସାହୁ, ରୁନି ଜେନା ଓ ଅନୁପମା ଦେବୀ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲା ବାଳିକା ଶିକ୍ଷା ସଂଯୋଜିକା ଡ. ପ୍ରଣୀତା ସାବତ ପରିଚାଳନା କରିଥିଲେ । ଅତିରିକ୍ତ ଜିଲା ଶିକ୍ଷଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ବୁଝାଇବା ସହିତ ସମସ୍ତ ପ୍ରଶିକ୍ଷାର୍ଥୀ ଓ ସମ୍ବଳ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *