ମା ଅନ୍ନଦାତ୍ରୀଙ୍କ ପୂଜା ପାଇଁ ସଇନ୍ଧା-ନଚ୍ଛିପୁର ଚଳ ଚଞ୍ଚଳ

ଫୁଲନଖରା ୧୭/୧୦/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅନ୍ତର୍ଗତ ସଇନ୍ଧା ନଚ୍ଛିପୁର ଅଞ୍ଚଳରେ ମା’ ଅନ୍ନଦାତ୍ରୀଙ୍କ ପୂଜାରେ ଚଳ ଚଞ୍ଚଳ ହୋଇଉଠିଛି । ରଙ୍ଗ ବେରଙ୍ଗର ଆଲୋକ ସାଙ୍ଗକୁ ବଡ଼ ବଡ଼ ତୋରଣ ସହପୂଜା ମଣ୍ଡପ ଗୁଡିକରେ ଆକର୍ଷଣୀୟ ସାଜସଜ୍ଜା ହୋଇ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ମା ଗୁପ୍ତେଶ୍ୱର ଗଜଲକ୍ଷ୍ମୀ ପୂଜା କମିଟି, ମା ଦୁଲାଦେଇ ଗଜଲକ୍ଷ୍ମୀ ପୂଜା କମିଟି, ମା ବିମଳା ଗଜଲକ୍ଷ୍ମୀ ପୂଜା କମିଟି କାଜିପୁର, ମା ମଙ୍ଗଳା ଗଜଲକ୍ଷ୍ମୀ ପୂଜା କମିଟି , ମା ଜାଗେଶ୍ଵର ଗଜଲକ୍ଷ୍ମୀ ପୂଜା କମିଟି, ବାପୁଜୀ ସ୍ମାରକୀ ଗଜଲକ୍ଷ୍ମୀ ପୂଜା କମିଟି , ମା ଜୟନ୍ତୀ ଗଜଲକ୍ଷ୍ମୀ ପୂଜା କମିଟି ସଇନ୍ଧା, ବଳରାମ ବାବା ଗଜଲକ୍ଷ୍ମୀ ପୂଜା କମିଟି, ବାଳୁତ କୁମାର ଗଜଲକ୍ଷ୍ମୀ ପୂଜା କମିଟି, ମା ଜାଗୁଳାଇ ଗଜଲକ୍ଷ୍ମୀ ପୂଜା କମିଟି , ବିବେକାନନ୍ଦ ଗଜଲକ୍ଷ୍ମୀ ପୂଜା କମିଟିରେ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ଏହି ଉପଲକ୍ଷେ ବିବେକାନନ୍ଦ ଗଜଲକ୍ଷ୍ମୀ ପୂଜା କମିଟି ଓ ଦୁଲାଦେଇ ପୂଜା କମିଟି ପକ୍ଷରୁ ୨ ରାତି ଲେଖାଏଁ ଡ୍ରାମା ସହ ଅନ୍ୟ ସମସ୍ତ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଠାରୁ ଭଷାଣୀ ପର୍ଯ୍ୟନ୍ତ ବିଭିନ୍ନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।  ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକ ସଦର ଥାନା ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *