୪୨ ତମ ବାର୍ଷିକ ଧାତବ ଖଣି ସୁରକ୍ଷା ସପ୍ତାହ ପାଳନ – ୨୦୨୪ ର ପ୍ରି. ଫାଇନାଲ ସେରିମୋନୀ ଅନୁଷ୍ଠିତ ।

ବଡ଼ବିଲ, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)-୪୨ ତମ ବାର୍ଷିକ ଧାତବ ଖଣି ସୁରକ୍ଷା ସପ୍ତାହ ପାଳନ – ୨୦୨୪ ର ପ୍ରି. ଫାଇନାଲ ସେରିମୋନୀ ଅନୁଷ୍ଠିତ ହୋଇଯାଇଛି । ଏନେଇ ରୁଙ୍ଗଟା ସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଗୀତାରାଣୀ ମହାନ୍ତି ଖଣି ପକ୍ଷରୁ ବଡ଼ବିଲ ଟାଉନ୍ ହଲ୍ ଠାରେ ଭବ୍ୟ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଭୁବନେଶ୍ଵର ରିଜିଅନ୍  ଟୁ ର ଡାଇରେକ୍ଟର ମାଇନ୍ସ ସେଫ୍ଟୀ ପ୍ରଫୁଲ୍ଲ ରଞ୍ଜନ ଠାକୁର, ଡେପୁଟି ଡାଇରେକ୍ଟର ମାଇନ୍ସ ସେଫ୍ଟୀ ଉଲିମେଲା ଶିବ ଶଙ୍କର, ରୁଙ୍ଗଟା ସନ୍ସ୍ ଖଣିର ମାନେଜିଂ ଡାଇରେକ୍ଟର ହିରକ୍ ମଜୁମଦାର, ଭିପି ଅନନ୍ତ ଶଙ୍କର ମହାପାତ୍ର, ଗୀତାରାଣୀ ମହାନ୍ତି ମାଇନ୍ସ ର ସିନିୟର୍ ଭିପି ବିଧୁ ଭୁଷଣ ସାହୁ, ଚିଫ୍ ଏକଜୁକ୍ୟୁଟିଭ୍ ଅଫିସର ସୁନୀତ୍ ପଟେଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

୨୦୨୪ ରେ ବିଭିନ୍ନ ଖଣିରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଚିନ୍ତା ପ୍ରକଟ କରିବା ସହିତ ଭବିଷ୍ୟତରେ ଶୁନ୍ୟ ଦୁର୍ଘଟଣା ପାଇଁ ଆହ୍ବାନ ଦିଆଯାଇଥିଲା । ଖଣି ଏବଂ ଖଣି ବାହାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରି କିପରି ଟ୍ରକ୍ ଗୁଡ଼ିକୁ ରେଗୁଲେଟ୍ କରିହେବ ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ  ଦେବା ସହ ଷ୍ଟ୍ରିକ୍ଟ ମୋନିଟରିଂ ସିଷ୍ଟମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଟେକ୍ନୋଲୋଜିର ବ୍ୟବହାର କରି ସୁରକ୍ଷା କଡ଼ାକଡ଼ି କରିବା ଆବଶ୍ୟକତା ରହିଛି ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଖଣି ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖଣି ଗୁଡିକୁ ପୁରସ୍କୃତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ସମାରୋହରେ ବିଭିନ୍ନ ଖଣିର ଅଧିକାରୀ ଏବଂ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ନୃତ୍ୟ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିତ କରିଥିଲା ।

Leave a Reply

Your email address will not be published. Required fields are marked *