ପୂର୍ବତନ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ କୋର୍ଟର ୪ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦ୍ରାପଡ଼ା,୨୪/୯/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡର ପୂର୍ବତନ ସହକାରୀ ଯନ୍ତ୍ରୀ ତଥା ଭଦ୍ରକ ଜିଲାର ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡର ଅଧୁନା କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ମାହୁନ୍ତଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ ଦଣ୍ଡାଦେଶ ସହ ଜୋରିମାନାରେ ଦଣ୍ଡିତ କରିଛନ୍ତି । ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାହୁନ୍ତ ଜନୈକ ଠିକାଦାରଙ୍କ ଠାରୁ ଏକ ଠିକା କାମର ଚେକ୍ ମେଜରମେଂଟ କରିବା ପାଇଁ ୨୦ହଜାର ଟଙ୍କା ଦାବିକରି ଲାଂଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସେହି ଘଟଣାରେ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ଘ), ୭ ପିସି ଆଇନ ୧୯୮୮ ଅନୁଯାୟୀ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ସ୍ୱତନ୍ତ ଭିଜିଲାନ୍ସ କୋର୍ଟଙ୍କ ଏହି ରାୟ ପ୍ରଦାନ ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ମାହୁନ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ବେଳେ ତାଙ୍କୁ ସରକାରୀ ଚାକିରୀରୁ ବହିଷ୍କାର କରାଯିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ପତ୍ର ପଠାଯାଉଥିବା କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ କେନ୍ଦ୍ରାପଡା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *