କଟକ ସଦର,୨୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଝାଞ୍ଜିର ମଙ୍ଗଳା ପ୍ରଜାପିତା ଵ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ଶୁକ୍ରବାର ଦିନ କନ୍ଦରପୁର ସେବା କେନ୍ଦ୍ର ଠାରେ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ସଂଚାଳିକା ଵ୍ରହ୍ମାକୁମାରୀ ସସ୍ମିତା ଭଉଣୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପ୍ରଵଚକ ପ୍ରଫେସର ଶରତ କୁମାର, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ସମାଜସେବୀ ନବଘନ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ‘ରାଖୀ ଏକ ସ୍ଥୁଳ ରଙ୍ଗୀନ୍ ସୂତ୍ରର ବନ୍ଧନ ଯାହା ଏକ ପରମ୍ପରାକୁ ଉଜ୍ଜୀବିତ ରଖିବାର ଉଦ୍ଦେଶ୍ୟ ସାଧନ କରେନାହିଁ ବରଂ ଏହି ରାଖୀ ସାମାଜିକ ମାନ-ମର୍ଯ୍ୟାଦା,ପ୍ରେମ, ଶାନ୍ତି, ଆନନ୍ଦ ଓ ପବିତ୍ରତାର ପ୍ରତୀକ ଅଟେ’ ବୋଲି ବକ୍ତବ୍ୟରେ କହିଥିଲେ।
ଏହି ଅବସରରେ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିକେ ସସ୍ମିତା ଭଉଣୀ ରାକ୍ଷୀ ପିନ୍ଧାଇ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବହୁ ଵ୍ରହ୍ମକୁମାର/ଵ୍ରହ୍ମାକୁମାରୀ ମାନଙ୍କ ସମେତ ସୁକାନ୍ତ,ସ୍ୱର୍ଣ୍ଣ,ଜାନକୀ, ସଂଜୀବ, ଅକ୍ଷୟ,ପ୍ରକାଶ,ମନୁ, ବିପିନ ପ୍ରମୁଖ ଭାଇ ଭଉଣୀ ମାନେ ସହାୟତା କରିଥିଲେ।
