ଜୟଶଙ୍କର ପ୍ରସାଦ ସ୍ମୃତି ସମ୍ମାନ ସମାରୋହ: କ୍ଷେତ୍ରୀୟ ଭାଷାର ବିକାଶ ଜରୁରୀ

ଭୁବନେଶ୍ୱର,୦୧/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଞ୍ଚି ସ୍ଥିତ ଜୟଶଙ୍କର ପ୍ରସାଦ ବିଚାର ସଂଘ ଓ ଗୋସ୍ମନର ମହାବିଦ୍ୟାଳୟର ହିନ୍ଦି ବିଭାଗ ମିଳିତ ଆନୁକୁଲ୍ୟରେ ଜୟଶଙ୍କର ପ୍ରସାଦ ସ୍ମୃତି ସମାରୋହ ତରଫରୁ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟର ସେମିନାର ହଲରେ ଆୟୋଜିତ ହୋଇଯାଇଛି। ଜୟଶଙ୍କର ପ୍ରସାଦଙ୍କର ସାହିତ୍ୟ ପ୍ରତି ପ୍ରାସଙ୍ଗିକତା ଆଲୋଚନାଚକ୍ରରେ ରାଞ୍ଚି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ସିହ୍ନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପଦ୍ମଶ୍ରୀ କୁମୁଦ ନାୟକ, ପଦ୍ମଶ୍ରୀ ମଧ ମଂସରୀ ହସମୁଖ, ଡ. ଅଶୋକ ପ୍ରିୟଦର୍ଶୀ, ଡ. ମାୟା ପ୍ରସାଦ, ମହାବୀର ନାୟକ, କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ପ୍ରତିଷ୍ଠିତ କବି ଡ଼. ଫନି ମହାନ୍ତିଙ୍କ ସହିତ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ତଥା ପ୍ରତିଷ୍ଠିତ କବି ଓ ସାହିତ୍ୟିକ ଇଂ. ଯାମିନି କାନ୍ତ ଦାସ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଅତିଥି ଭାବେ କାର୍ୟ୍ୟକ୍ରମରେ ଯୋଗ ଦେଇ କ୍ଷେତ୍ରୀୟ ଭାଷାର ବିକାଶ ଦିଗରେ ଗୁରୁତ୍ବ ଦେବା ପାଇ କହିଥିଲେ। ପାଞ୍ଚ ପର୍ୟ୍ୟାୟରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଥମରେ ବର୍ତ୍ତମାନ ସମୟରେ ଜୟଶଙ୍କର ପ୍ରସାଦଙ୍କର ସାହିତ୍ୟ ପ୍ରତି ପ୍ରାସଙ୍ଗିକତା ଉପରେ ଆଲୋଚନା ହୋଇ ଥିବାବେଳେ ପରେ ପରେ ପୁସ୍ତକ ଲୋକାର୍ପଣ, ସାଂସ୍କୃତିକ କାର୍ୟ୍ୟକ୍ରମରେ କୁଞ୍ଜବନର କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ , କବି ସମ୍ମିଳନୀ ଏବଂ ଅନ୍ତିମ ପର୍ୟ୍ୟାୟରେ ସମ୍ମାନ ସମାରୋହ ଅୟୋଜିତ ହୋଇଥିଲା। କାର୍ୟ୍ୟକ୍ରମ ଚିତାକର୍ଷକ ହୋଇଥିବା ବେଳେ ଏହାକୁ ଉପଭୋଗ କରିବାକୁ ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାରୋହ ହୋଇଥିଲା।

Leave a Reply

Your email address will not be published. Required fields are marked *