ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଭୁବନ , ୨୪/୯/୨୦୨୪ (ଓଡ଼ିଶା ସମାଚାର)-ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ଆଜି ସନ୍ଧ୍ୟାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ତହସିଲଦାର ସିରୀୟଲ ଶୁଭ୍ର ପଟେଲ,ଏନ୍ ଏ ସି ନିର୍ବାହୀ ଅଧିକାରୀ ରାଜୀବ  ଲୋଚନ ବେହେରା ,ଥାନାଧିକାରୀ  ମନସ୍ଵିନୀ ମହାନ୍ତି  ,ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ବାଳ,ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ନଳିନୀ ଶଙ୍କର ରଥ,ମେଡିକାଲ ଅଫିସର ଡ଼ଃ ରମେଶ କୁମାର ସାହୁ,ମେଡିକାଲ  ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ,ଦଶହରା ବଳଦ କମିଟି ସଭାପତି ଦିଲ୍ଲୀପ କୁମାର ଦାସ, ଶାନ୍ତି କମିଟି ସମ୍ପାଦକ କୁଞ୍ଜ ବିହାରି ଚିନରା , ବଳଦ ଯାତ୍ରା ସ୍ରଷ୍ଟା ” ଥୋରିଆ ସମାଜ” ସଭାପତି ବ୍ରହ୍ମାନନ୍ଦ ସାହୁ,ସମ୍ପାଦକ ବିଶ୍ଵନାଥ ସାହୁ ,ରାମ ଚନ୍ଦ୍ର ନାୟକ , ନୂଆ ବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି, କାଳୀ ବଜାର ସଭାପତି ସମୀର କୁମାର ସାହୁ,ନିରଞ୍ଜନ ପୃଷ୍ଟି,ସନ୍ତୋଷ ବିହାରୀ,ନିରଞ୍ଜନ ଗୁରୁ, ନରେନ୍ଦ୍ର କୁମାର ସାହୁ ,ସନ୍ତୋଷ ବିହାରୀ , ଅଜୟ କୁମାର ସେଠୀ ଶ୍ରୀଧର ବେହେରା,କାଉନସିଲର ପପୁ କୁମାର ସାହୁ ଙ୍କ ସମେତ ସମସ୍ତ ବଳଦିଆ କମିଟି ଓ ଦୁର୍ଗାପୂଜା କମିଟି ସଦସ୍ୟ ଯୋଗଦେଇ ବଳଦ ଯାତ୍ରା, ରାବଣ ପୋଡ଼ି ଓ ଦୁର୍ଗା ମେଢ଼ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଆଲୋଚନା କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସମ୍ପୂର୍ଣ ଡି ଜେ ମୁକ୍ତ ଦଶହରା ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ଦଶହରା ପୂର୍ବରୁ ସହର ର ସମସ୍ତ ରାସ୍ତା ପ୍ରଶସ୍ତ କରାଯିବା,ଡ୍ରେନ ମରାମତି ଓ ସ୍ଲାବ ପକାଯିବା,ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟ ରେ ଲାଇଟ୍ ଲଗାଯିବା,ଯାତ୍ରାରେ ଲକ୍ଷାଧିକ ଯାତ୍ରୀଙ୍କ ସମାଗମ କୁ ଦୃଷ୍ଟିରେ ରଖି ସମସ୍ତ ଶୌଚାଳୟ ଖୋଲାଯିବା ସହିତ ଅସ୍ଥାୟୀ ଶୌଚାଳୟ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ବର୍ଷ ଅକ୍ଟୋବର ୯ ତାରିଖ ଷଷ୍ଠୀ ପୂଜା ଠାରୁ ୧୪ ତାରିଖ ଭସାଣି ଯାତ୍ରା କୁ ଅତ୍ୟନ୍ତ ସରସ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ୧୪ ତାରିଖ ସନ୍ଧ୍ୟା ୭ ଘଟିକା ସୁଦ୍ଧା ରାବଣ ପୋଡ଼ି ଶେଷ କରିବାକୁ ଜୋର୍ ଦିଆଯାଇଥିଲା । ରାବଣ ପୋଡ଼ି ପରେ ପ୍ରସିଦ୍ଧ ବଳଦ ଯାତ୍ରା ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ । ୧୫ ତାରିଖ ସକାଳ ୬ ଘଟିକା ସୁଦ୍ଧା ସମସ୍ତ ବଳଦ ନୂଆ ବଜାର ଅତିକ୍ରମ କରିବେ ଓ ୭ ଘଟିକlରେ ଦୁର୍ଗା ମେଲଣ ଅନୁଷ୍ଠିତ ହୋଇ ଭସାଣି ଉତ୍ସବ ଶେଷ କରିବାକୁ ନିଷ୍ପତି ନିଆଯାଇଥିଲା।ଶେଷରେ ଆଇନଜିବୀ କୁଞ୍ଜ ବିହାରୀ ଚିନରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *