ଫୁଲବାଣୀ ପୌରାଧ୍ୟକ୍ଷା ଦାୟିତ୍ବ ନେଲେ ଉପାଧ୍ୟକ୍ଷା ପାୟଲ ବେହେରା

କନ୍ଧମାଳ,୨୪/୦୯/୨୪: (ଓଡିଶା ସମାଚାର/ ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି । ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ ରହିବା ଯୋଗୁଁ ପୁର୍ବତନ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇଛନ୍ତି । ଫଳରେ ପୌରପରିଷଦର ନିୟମ ଅନୁସାରେ ଉପାଧ୍ୟକ୍ଷା ଅଧ୍ୟକ୍ଷା ହୋଇଛନ୍ତି । ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲାପାଳ ତାଙ୍କୁ ଓଡିଶା ମୁନିସିପାଲିଟି ଆକ୍ଟ-୮୯ (ଏ) ୧୯୫୦ ଅନୁସାରେ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଭାବରେ ସମସ୍ତ ଆନୁଷ୍ଠାନିକ ସୁବିଧା ଏବଂ ଅଧିକାର ପ୍ରଦାନ କରିବାକୁ ଏକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ତାଙ୍କୁ ପୌରପରିଷଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କ ନିକଟକୁ ପୌରାଂଚଳର ସମସ୍ତ କାଉନସିଲର ମାନଙ୍କ ନିକଟରୁ ଓ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ସୁଚନାଯୋଗ୍ୟ ପୁର୍ବତନ ପୌରାଧ୍ୟକ୍ଷାଙ୍କ ବିପକ୍ଷରେ ଫୁଲବାଣୀ ପୌରାଂଚଳର ସମସ୍ତ ୧୩ଟି ୱାର୍ଡର କାଉନସିଲର ମାନଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରାଯିବା ସହିତ ଆନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଭୋଟରେ ସମୁଦାୟ ୧୧ ଜଣ ଅଂଶ ଗ୍ରହଣ କରଥିବା ବେଳେ ସେଥୂରୁ ଗୋଟିଏ ଭୋଟ ନାକଚ ହୋଇ ଅନ୍ୟ ୧୦ ଟି ଭୋଟ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ଯାଇଥିଲା । ଫଳରେ ପୁର୍ବତନ ପୌରାଧ୍ୟକ୍ଷା ତାଙ୍କର ପଦବୀ ହରାଇବା ସହିତ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ମୁନିସିପାଲିଟିର ଆଇନ ଅନୁଯାୟୀ ଅଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ହୋଇଯାଇଥିଲେ । ଜିଲ୍ଲାପାଳଙ୍କ ଚିଠି ମିଳିବା ପରେ ସେ ଆନୁଷ୍ଠାନିକ ଭାବରେ ଏହି ଦାୟୀତ୍ୱରେ ଅଧିଷ୍ଠିତ ହୋଇଛନ୍ତି । ତେବେ ଏହି ଅବଧି ର ଅସ୍ଥିରତା ମଧ୍ୟରେ ଫୁଲବାଣୀ ପୌରାଂଚଳରେ ହୋଇଥିବା ଉନ୍ନୟନର ସ୍ଥିରାବସ୍ଥାକୁ ତୁରନ୍ତ ଗତିଶୀଳ କରିବେ ବୋଲି ପାୟଲ  ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *