ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ଦ୍ୱି-ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ୧୬/୮/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ୩ୟ ଦ୍ୱି-ବାର୍ଷିକ ସମ୍ମିଳନୀ ବ୍ୟାଙ୍କର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟ ଅତିଥି ଓ ନିଖିଳ ଓଡ଼ିଶା ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ସଭାପତି ବୈକୁଣ୍ଠନାଥ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । କର୍ମଚାରୀ ସଂଘର ସଭାପତି ତଥା ନିଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ସଭାରେ ବିଭିନ୍ନ ଆଲେଖ୍ୟ ବିଷୟ ମଧ୍ୟରୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟବୀମା ଓ ପେନସନ ସଂଶୋଧନ ପାଇଁ ଦ୍ୱି-ପାକ୍ଷିକ ରାଜିନାମା ଅନ୍ୟତମ । ଏହା ବ୍ୟତୀତ ଅବସରପ୍ରାପ୍ତ କର୍ମଚାରୀ ସଂଘର ୨୦୨୪-୨୦୨୬ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିମ୍ନଲିଖିତ ସଭ୍ୟମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ନିରଞ୍ଜନ ମିଶ୍ର-ସଭାପତି, ପ୍ରମୋଦ କୁମାର ନାୟକ-ଉପ-ସଭାପତି, ତାରାଚାନ୍ଦ ମହାନ୍ତି-ସାଧାରଣ ସମ୍ପାଦକ, ଅଲେଖ ଚନ୍ଦ୍ର ସାହୁ-ସହକାରୀ ସାଧାରଣ ସମ୍ପାଦକ, ଅଜିତ୍ କୁମାର ବିଶ୍ୱାଳ-କୋଷାଧ୍ୟକ୍ଷ, ଅଭୟ କୁମାର ଓଝା ଓ ଅଶୋକ କୁମାର ମହାନ୍ତି-ସମୀକ୍ଷକ ଭାବେ ନିର୍ବାଚିତ ହୋଇଥିବା ବେଳେ ୮ଜଣ କାର୍ଯ୍ୟକାରୀ ସଦସ୍ୟ ଭାବେ ଅଜିତ୍ କୁମାର ପଟ୍ଟନାୟକ, ରାଜକିଶୋର ରଥ, ନିରଞ୍ଜନ ମହାପାତ୍ର, ଜୟନ୍ତ କୁମାର ସ୍ୱାଇଁ, ପ୍ରମୋଦ କୁମାର ଶ୍ରୀଚନ୍ଦନରାୟ, ସୁରେନ୍ଦ୍ର କୁମାର ପ୍ରଧାନ, ସୁଶିଲ କୁମାର ପଟ୍ଟନାୟକ, ଗୁରୁକୃଷ୍ଣ ଦାସ ଏବଂ ଉପଦେଷ୍ଟା ଭାବେ ପ୍ରଦୋଷ ପଟ୍ଟନାୟକ ଓ ଲକ୍ଷ୍ମୀ ନାରାୟଣ ତି୍ରପାଠୀ ନିର୍ବାଚିତ ହୋଇଛନ୍ତି । ଶେଷରେ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *