ଭୁବନେଶ୍ୱର,୧୬/୮/୨୦୨୪ (ଓଡ଼ିଶା ସମାଚାର)- ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଏହାର ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଦେବେନ୍ଦ୍ରନାଥ ଛୋଟରାୟ ମୁଖ୍ୟଅତିଥି ରୂପେ ଯୋଗଦେଇ ସ୍ୱାଧୀନତା ଦିବସର ମହତ୍ୱ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆସୋସିଏସନର ଆବାହକ ତଥା ସଚିବାଳୟ କର୍ମଚାରୀ ସଂଘର ନେତା ଚିତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, କ୍ରୀଡ଼ା ସଂଗଠକ ଶକ୍ତି ରଞ୍ଜନ ମହାନ୍ତି, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ସଚିବାଳୟ କର୍ମଚାରୀ ନେତା ପତିତପାବନ ନାଥ ଶର୍ମା, ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ଉପନିର୍ଦ୍ଧେଶକ ସୁଧାଂଶୁ ଶେଖର ଧଡ଼ା, ପ୍ରବୀର କୁମାର ଦାସ, ଲିଙ୍ଗରାଜ ଜେଠୀ, ଅନିଲ ପଣ୍ଡା, ମୋହନ ପ୍ରଧାନ, ସିଦ୍ଧାର୍ଥ ସାମଲ, ଲିପନ ସାହୁ, ଦିଲ୍ଲୀପ ଜେନା, ସ୍ମୃତିରଞ୍ଜନ ମହାନ୍ତି, ରବୀନ୍ଦ୍ର କୁମାର ମଣ୍ଡଳ, ରାଜେଶ ଦାସ, ଜିତେନ୍ଦ୍ର କୁମାର କର, ପ୍ରତାପ ଜେନା, ମନ୍ମଥ କୁମାର ସାମଲ, ସୁଶାନ୍ତ ମହାନ୍ତି, ଓ ନିଳୟ ଘୋଷ ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଧ୍ୱନିମାନ ଦେଇଥିଲେ ।
ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ
