ଗୋବରୀ ନଦୀକୁ ଡେଇଁ ପଡିଲେ କଲେଜ ଛାତ୍ରୀ 

ମାହାଙ୍ଗା, ୨୧/୯/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକ କୁଆଁପାଳ ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଜନୈକା +୩ ଛାତ୍ରୀ ଶୁକ୍ରବାର  ନଦୀକୁ ଡେଇଁ€ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଛାତ୍ରୀ ଜଣକ କଲେଜରୁ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ପସୁଲୁଣ୍ଡା ଛକ ଗୋବରୀ ନଦୀ ପୋଲ ଉପରୁ ଉଛୁଳା ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ତେବେ ରାସ୍ତାରେ ଯାଉଥିବା ଅନ୍ୟ ଛାତ୍ରୀ ମାନେ ଏହା ଦେଖି ଡାକ ପକାଇବାରୁ, ଛକ ନିକଟରେ ଥିବା ସ୍ଥାନୀୟ ଗଙ୍ଗପୁରା ଗ୍ରାମର ଯୁବକ କ୍ଷୀରୋଦ ଯେନା ନଦୀ ଭିତରକୁ ଡେଇଁ ପହଁରୀ ପହଁରୀ ବୁଡି ଯାଉଥିବା ଛାତ୍ରୀକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।  ଛାତ୍ରୀଟି ବୁଡି ଯାଉଥିବା ବେଳେ କ୍ଷୀରୋଦ କୌଶଳ କରି ଗାମୁଛାରେ ତାଙ୍କର ହାତକୁ ବାନ୍ଧି ଟାଣି ଟାଣି କୂଳକୁ ଆଣିଥିଲେ  । ସେତେବେଳକୁ ଛାତ୍ରୀ ଜଣକ ଅଚେତ ହୋଇଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ କୁଆଁପାଳରୁ ଦମକଳ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ଛାତ୍ରୀଙ୍କୁ ନିକଟସ୍ଥ ମାହାଙ୍ଗା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସ୍ଛା ନିମନ୍ତେ ନେଇଥିଲେ ।  ଛାତ୍ରୀଙ୍କ ଘର ସ୍ଥାନୀୟ କାଳିଅଣ୍ଟି ଗ୍ରାମରେ ବୋଲି ଜଣା ପଡିଛି । ତେବେ କେଉଁ କାରଣ ପାଇଁ ନଦୀକୁ ଡେଇଁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ, ସେ ନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *