ଭିସା ଷ୍ଟିଲର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

କଳିଙ୍ଗନଗର,୦୪/୧୨/୨୦୨୩ (ଓଡ଼ିଶା ସମାଚାର)- କଲିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଅନ୍ୟତମ ଶିଳ୍ପପ୍ରତିଷ୍ଠାନ ଭିସା ଷ୍ଟିଲର ୨୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାରଖାନାର ସି.ଏସ.ଆର. ବିଭାଗ ତରଫରୁ ଏହି ଅବସରରେ କାରଖାନା ପରିସରରେ ଗତ ତା ୩୦.୧୧. ୨୦୨୩ ରିଖ ଦିନ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଓଡିଶା ସରକାରଙ୍କ ଯାଜପୁର ରୋଡର ବ୍ଲଡ଼ ବ୍ୟାଙ୍କ ଶାଖା ପରିଚାଳନା କରିଥିଲେ। ସେହିପରି ନିକଟସ୍ଥ ସୁଆଁଳ ଓ ସହର ସାହିର ପ୍ରାୟ ୨୦୦ ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଆସନ୍ତା ଗୁରୁବାର ତା ୭.୧୨.୨୦୨୩ ରିଖରେ ଯଖପୁରା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ୫୯୦ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯିବ ବୋଲି ସି.ଏସ.ଆର. ବିଭାଗ ତରଫରୁ ସୂଚନା ଦିଆଯାଇଅଛି।  ପ୍ରତିଷ୍ଠା ଦିବସ ଉପଲକ୍ଷେ କାରଖାନା ପରିସରରେ ତା ୪.୧୨.୨୦୧୯ ରିଖରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ କାରଖାନାର ନିର୍ଦେଶକ ଶ୍ରୀ ମନୋଜ କୁମାର ଯୋଗଦେଇ କର୍ମଚାରୀ ଓ ଶ୍ରମିକ ମାନଙ୍କୁ କାରଖାନା ପରିଚାଳନାରେ ସେମାନଙ୍କ ସହଯୋଗ ପାଇଁ ସାଧୁବାଦ ଅର୍ପଣ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ଶ୍ରୀ କୁମାର କାରଖାନାର ବିଭିନ୍ନ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କର୍ମଚରୀ ଓ ଶ୍ରମିକ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ କାରଖାନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା କାରଖାନାର ବରିଷ୍ଠ ଅଧିକାରୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ।

Leave a Reply

Your email address will not be published. Required fields are marked *