ଭୁବନେଶ୍ୱରରେ ଲଂଚ୍ ହେଲା ହାଇଡ୍ରା ୨୪ଏନ୍

ଭୁବନେଶ୍ୱର,୨୭/୧୧/୨୦୨୬(ଓଡ଼ିଶାସମାଚାର)-ଓଡ଼ିଶା ର କସମେଟିକ୍ସ ଓ ସ୍କିନ୍ କେୟାର ଶିଳ୍ପରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଅଧ୍ୟାୟ ।ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟର ନିଜସ୍ୱ ସ୍କିନ୍ କେୟାର ବ୍ରାଣ୍ଡ ‘ହାଇଡ୍ରା ୨୪ଏନ୍’ ‘ଜୁଲ୍ୟଞ୍ଜ ବିୟୁଟି ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଏହି ନୂଆବ୍ରାଣ୍ଡର ୬ଟି ସ୍କିନ୍ କେୟାର ପ୍ରଡକ୍ଟ ଉନ୍ମୋଚନ କରାଯାଇଛି । ଓଡ଼ିଶାର ଜଳବାୟୁ ଓ ତ୍ୱଚାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଡକ୍ଟ ପ୍ରସ୍ତୁତ କରାଯାଇଥିବା କଂପାନୀ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସାମ୍ବାଦିକ ସମ୍ମିଳନୀରେ ‘ହାଇଡ୍ରା ୨୪ଏନ୍’ ସ୍କିନ୍ କେୟାର ରେଞ୍ଜର ଶୁଭାରମ୍ଭ ହୋଇଛି । ‘ଜୁଲ୍ୟଞ୍ଜ ବିୟୁଟି ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବ୍ରାଣ୍ଡର ଉନ୍ମୋଚନ ଉତ୍ସବରେ କଂପାନୀର ଫାଉଣ୍ଡର, କୋ-ଫାଉଣ୍ଡର, ବୋର୍ଡ ମେମ୍ବରଙ୍କ ସମେତ ବହୁ ବିଶିଷ୍ଟ ବିୟୁଟି ପାର୍ଲର ମାଲିକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।
ଓଡ଼ିଶାର ଗରମ, ଗୁଳୁଗୁଳି, ପ୍ରଦୂଷଣ ଓ ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ତ୍ୱଚାରେ ଦେଖାଦେଉଥିବା ଟ୍ୟାନିଂ, ଶୁଷ୍କତା ଓ ମଳିନତାକୁ ଦୃଷ୍ଟିରେ ରଖି ‘ହାଇଡ୍ରା ୨୪ଏନ୍’ ରେଞ୍ଜ୍ ପ୍ରସ୍ତୁତ କରାଯାଇଛି ।ଏହି ରେଞ୍ଜରେ ରହିଛି ୬ଟି ଉତ୍ପାଦ । ଫେସ୍ ୱାସ୍, ମାଚାଟୋନର, ବ୍ରାଇଟେନିଂ ସେରମ୍, ଡେକ୍ରିମ୍, ନାଇଟ୍ କ୍ରିମ୍ ଏବଂ ଏସ୍.ପି.ଏଫ୍.-୫୦ ସନସ୍କ୍ରିନ୍ ।ତ୍ୱଚାର ସଫାସୁତୁରା, ନମନୀୟତା, ଉଜ୍ଜ୍ୱଳତା ଓ ସୂର୍ଯ୍ୟକିରଣରୁ ସୁରକ୍ଷା ଉପରେ ଏହି ପ୍ରଡକ୍ଟ ଗୁଡ଼ିକ ଗୁରୁତ୍ୱ ଦେଇଛି ବୋଲି କଂପାନୀ ମତ ପ୍ରକାଶ କରିଛନ୍ତି ।
କେବଳ ଏକ ସ୍କିନ କେୟାର ବ୍ରାଣ୍ଡ ନୁହେଁ, ବରଂ ଓଡ଼ିଶାରୁ ଏକ ଜାତୀୟ ସ୍ତରର ବିୟୁଟି ବ୍ରାଣ୍ଡ ଗଢ଼ିବା ହେଉଛି କଂପାନୀର ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକ ସମେତ ଓଡ଼ିଶାର ୨୦୦ରୁ ଅଧିକ ପ୍ରମୁଖ ବିୟୁଟି ପାର୍ଲର ଓ ରିଟେଲ କାଉଂଟରରେ ଏହା ଉପଲବ୍ଧ ହେବ । ପରବର୍ତୀ ସମୟରେ ପୂର୍ବ ଭାରତ ସହସାରା ଦେଶରେ ଏହାର ବଜାର ସଂପ୍ରସାରଣ ଯୋଜନା ରହିଛି ।
ଏହି ପ୍ରୟାସ ଦ୍ୱାରା ରାଜ୍ୟର ମହିଳା ଉଦ୍ୟୋଗୀ ଓ ବିୟୁଟି ପ୍ରଫେସନାଲ ମାନଙ୍କ ପାଇଁ ନୂତନ ନିଯୁକ୍ତି ଏବଂ ତାଲିମ ର ସୁଯୋଗ ସୃଷ୍ଟି ହେବ ବୋଲି କଂପାନୀ ଆଶା ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *